କୋରନା ଏବଂ ସମ୍ଭାବ୍ୟ ବାତ୍ୟା ସ୍ଥିତି ପରଖିଲେ ବିଧାୟକ
କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):କୁକୁଡାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ ପାଣିଗ୍ରାହୀ କୋରନା ମହାମାରୀ ନିମନ୍ତେ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ସମେତ ଆଲୋଚନା କରିଥିଲେ ସରକାର ପ୍ରବାସୀ ମାନଙ୍କ ଖାଇବା ପାଇଁ ଦିନକୁ ୧୨୦ଟଙ୍କା ଧର୍ଯ୍ୟ କରିଥିବା ବେଳେ ତା ଠାରୁ ଅଧିକ ଖର୍ଚ୍ଚାନ୍ତ ହେଉଚି ଏବଂ ସରକାର ପଞ୍ଚାୟତ ପାଣ୍ଠିରୁ ୫ ଲକ୍ଷ ଖର୍ଚ୍ଚ କରିବା ପାଇଁ କହିଥିବା ବେଳେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇସାରିଲାଣି ନୂତନ ପାଣ୍ଠି ଦେବା ପାଇଁ ଦାବି କରିଥିଲେ I ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ମିଳିଥିବା ବେଳେ ସମିତି ସଭ୍ୟ ଏବଂ ଅନ୍ୟ ଜନପ୍ରତିନିଧି ମାନଙ୍କ ଗୁରୁତ୍ୱ ରହୁନଥିବା ନେଇ ଆଲୋଚନା ହୋଇଥିଲା I ଲୁଚାପଡ଼ା, ନିମଖଣ୍ଡି, ବୋରିଗାଁ, ହୁଗୁଳାପଟା ଓ ଗୁରୁଣ୍ଠି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ସମେତ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର ଏବଂ ପ୍ରଦୀପ ମଲଣIଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ I


