କୋରନା ନେଇ ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସାମ୍ବାଦିକ ସମ୍ମିଳନୀ
ଭଞ୍ଜନଗର (ସନ୍ତୋଷ ଜେନା): କୋରନା ର ଦ୍ୱିତୀୟ ଲହରୀକୁ ନଜରରେ ରଖି କୋଭିଡ଼ ନିୟମ କଡାକଡି ପାଳନ କରିବା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଛି। ଏ ନେଇ ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ଼ ପାଇଁ ନିଆ ଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଜିଲ୍ଲା କୁ ଆସୁଥିବା ଲୋକ ମାନଙ୍କର ୭୨ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ନେଇଥିବା ଦ୍ୱିତୀୟ ଟୀକାର ପ୍ରମାଣ ପତ୍ର ଦେବାକୁ ପଡିବ। କୋରନା ର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ଙ୍କ ପାଇଁ ପ୍ରତି ବ୍ଲକ ଓ ଏନଏସିରେ ସଂଘରୋଧ କେନ୍ଦ୍ର ପ୍ରସ୍ତୁତ କରାଯିବା ସହ ଉପଖଣ୍ଡ ରେ ଆସିକା ଓ ଭଞ୍ଜନଗର ରେ ୨ଟି ଡିସିସି କୋଭିଡ଼ ସେଣ୍ଟର କେନ୍ଦ୍ର ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥି ସହିତ ମନ୍ଦିର ମସଜିଦ ଭଳି ଧାର୍ମିକ ଅନୁଷ୍ଠାନ ସହ ବ୍ୟବସାୟିକ କ୍ଷେତ୍ର ରେ କୋଭିଡ଼ ଗାଇଡ଼ ଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ସ୍ୱରପ ସମ୍ପୃକ୍ତ ଅନୁଷ୍ଠାନକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯିବ। ଏଥି ସହିତ ସର୍ବ ସାଧାରଣ ଓ ଯାତ୍ରୀବାହି ବସ ରେ ମାସ୍କ ଚଢ଼ାଉ କୁ ଜୋରଜାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ଼ ନିୟମ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ନିବେଦନ କରିଛନ୍ତି।


