ଶିଡି ରେଲିଂରେ ବେକ ପଶି ନାବାଳିକାର ମୃତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ବିକାଶନଗର ସାହିରେ ଆଜି ଦି୧୨/୧୨.୩୦ ଟା ପାଖାପାଖି ସମୟରେ ଜନୈକଙ୍କ ଘରେ ଶିଡିରେ ବେକ ପଶି ଘର ମାଲିକଙ୍କ ସାନଝିଅର ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଇଛି ।ସୂଚନାଯୋଗ୍ୟ ଯେ ଘର ମାଲିକ ବିଚିତ୍ର ମହାନ୍ତଙ୍କ ସାନ ଝିଅ ଦେବୀକା ରାଣି ମହାନ୍ତ(୮)ଖେଳୁ ଖେଳୁ ଶିଡି ଘର ରେଲିଂରେ ବେକ ଫଶି ଯାଇଥିଲା । ଘରଲୋକେ ତଳେ ଟିଭି ଦେଖୁଥିଲେ ।ପରେ ଦେଖିଲାବେଳକୁ ଶିଡିରେ ଝିଅଟିର ବେକ ପଶିଯାଇଛି ଓ ଅଣ ନିଶ୍ବାସୀ ହୋଇ ପଡ଼ିଥିଲା । ତାକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା କେଶ ନଂ୬/୨୦୨୧ ରୁଜୁ କରି ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଛୁଆର ମୃତ୍ୟୁରେ ପରିବାର ସମେତ ବିକାଶନଗର ସାହିରେ ଶୋକରେ ଛାୟା ଖେଳିଯାଇଛି ।


