ବୋଲେରୋ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭରଙ୍କ ସମେତ ୩ ଗୁରୁତର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ୍ ପଜିଟିଭ୍ ଙ୍କୁ ନେଇ ଆସୁଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ। ଦାରିଙ୍ଗବାଡିରୁ ଫୁଲବାଣୀ ନେବା ବାଟରେ ଫିରିଙ୍ଗିଆ ନିକଟ ତେଲିମୁଣ୍ଡା ଠାରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଗାଡିଟି ଯିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଯାଇ ଥିଲା। ଏହି ଗାଡିରେ ୩ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ