କୋରନା ମହାମାରୀ ଯୋଗୁଁ ପେଟ ପାଟଣା ଚିନ୍ତାରେ ମୂର୍ତ୍ତି କାରିଗର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କରୋନା ଇଏ ଏକ ଏମିତି ମହାମାରୀ ଯାହା ଚଳିତ ବର୍ଷ ଧନୀ, ଗରିବ ନିର୍ବିଶେଷରେ ସମସ୍ତଙ୍କୁ କନ୍ଦାଇଲାଣି।ଅନେକ ଧନ ଜୀବନ ନେବାସହ ଜୀବିକା ମଧ୍ୟ ନଷ୍ଟ କରି ଦେଲାଣି। ଫଳରେ ଆଉକେତେ ଦିନ ଏଭଳି ପରିସ୍ଥିତି ଲାଗିରହିବ ଏ ନେଇ ଚିନ୍ତା ଘାରିଛି ସମସ୍ତଙ୍କୁ । କୋରନା ମହାମାରୀ ଭିତରେ ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ଏହି ୠତୁ ଆରମ୍ଭ ରୁ ପ୍ରଥମେ ଆସିବ ଗଣେଶ ପୂଜା । ଏହାକୁ ମଧ୍ୟ ପାଳନ ପାଇଁ ଅଙ୍କୁଶ ଲଗାଇ ଦେଲେଣି ସରକାର । ଫଳରେ ଏହାକୁ ନେଇ ଚିନ୍ତା ରେ ଏବେ ମୂର୍ତ୍ତି କାରିଗର । ପ୍ରତିବର୍ଷ ଭଳି ବ୍ୟବସାୟ ଆଶାରେ ଶହଶହ ମୂର୍ତ୍ତି ପ୍ରସ୍ତୁତ କରି ବସିଥିବା ବେଳେ ପୂଜା ବନ୍ଦ ହୋଇଗଲେ ବା ଏଭଳି ପରିସ୍ଥିତି ଲାଗିରହିଲେ ଏ ମୂର୍ତ୍ତି ଗୁଡିକୁ ନେଇ କଣ କରିବେ ଏହାକୁ ନେଇ କାରିଗରଙ୍କ ଚିନ୍ତା ବଢିଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ରହିଥିବା ମୂର୍ତ୍ତି କାରିଗର ନରେଶ ଙ୍କ ସହ ଆଲୋଚନା ରୁ ଜଣାପଡିଛି ଯେ ସେ ରାଜସ୍ଥାନ ରୁ ଆସି ପ୍ରାୟ ୧୦ ବର୍ଷ ହେଲା ଏଠାରେ ବିଭିନ୍ନ ସମୟରେ ବିଭିନ୍ନ ମୂର୍ତ୍ତି ଗଢି ବିକ୍ରି କରି ନିଜର ପରିବାର ର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ହେଲେ ଚଳିତ ବର୍ଷ କୋରନା ପାଇଁ ଦୀର୍ଘ ମାସ ଧରି ଲକଡାଉନ ଓ ସଟ ଡାଉନ ଚାଲିଥିବା କାରଣରୁ ସେ ନିଜ ରାଜ୍ୟକୁ ଫେରିପାରୁନଥିବା ବେଳେ ଏପଟେ ପ୍ରାୟ ୫୦୦ରୁ ଉର୍ଦ୍ଧ ମୂର୍ତ୍ତି ଗଢ଼ା ହୋଇ ସାରିଛି। ଏହାର ବିକ୍ରି କୁ ନେଇ ଏବେ ଚିନ୍ତା ଘାରିଛି । ଧାରକରଜ କରି ଲକ୍ଷାଧିକ ଟଙ୍କାର ବ୍ୟୟରେ ପ୍ଳାଷ୍ଟର ଅଫ ପ୍ୟାରିସର ଛୋଟ ବଡ ମୂର୍ତ୍ତି କାମ ସରିଥିବା ବେଳେ କେବଳ ରଙ୍ଗକାର୍ଯ୍ୟ ବାକି ରହିଛି। ପ୍ରଶାସନ ର କରୋନା ମୁକାବିଲା ପାଇଁ ପୂଜା ବନ୍ଦ ନିଷ୍ପତ୍ତି ମୂର୍ତ୍ତି କାରିଗରଙ୍କ ପେଟ ପାଟଣା ଉପରେ ସିଧାସଳଖ ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ