କୋରୋନା ମୁକାବିଲା ପାଇଁ ଚୀନକୁ ଚିକିତ୍ସା ସାମଗ୍ରୀ ପଠାଇବ ଭାରତ
ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରୁ ଏବେ ଏ ନେଇ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଆମେରିକା ଓ ଭାରତ ପରି ଦେଶଗୁଡ଼ିକ ଚୀନକୁ ସହାୟତାର ହାତ ବଢ଼ାଇ ସାରିଛନ୍ତି। ନିକଟରେ ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ର କହିଛନ୍ତି ଯେ କୋରୋନା ସହ ଲଢ଼ିବା ପାଇଁ ଭାରତ ଚୀନକୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବ। ଚୀନରେ ଥିବା ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି ଯେ କୋରୋନା ଭାଇରସ୍ ପରି ମହାମାରୀର ମୁକାବିଲା କରିବା ପାଇଁ ଆମେ ଆମର ସହାୟତା ଚୀନକୁ ଦେଉଛୁ। ଭାରତ ଖୁବ୍ ଶୀଘ୍ର ଚୀନକୁ କୋରୋନା ସହ ମୁକାବିଲା କରିବାକୁ ଆବଶ୍ୟକୀୟ ଚିକିତ୍ସା ଉପକରଣ ପ୍ରଦାନ କରିବ। ଭାରତ ଚୀନ ସହ ନିଜର ସଦ୍ଭାବନା ପ୍ରଦର୍ଶନ କରି ଏପରି ସହାୟତା କରିବ।


