କ୍ରାନ୍ତି ଦିବସରେ କୃଷକ ମୁକ୍ତି

ଛତ୍ରପୁର ,(ଓ୍ବାଇଏନ୍ଏସ୍) : ଅଗଷ୍ଟ ୯ ତାରିଖ ସ୍ୱାଧୀନତା ଆନ୍ଦୋଳନର ଶେଷ ପର୍ଯ୍ୟାୟର କ୍ରାନ୍ତି ଦିବସ | ଯାହାକୁ ସାରା ଦେଶର ୨୫୦ ଟି ସଂଗଠନ ମିଶି ସବୁ ରାଜ୍ୟରେ କୃଷକ ମୁକ୍ତି ଦିବସ ରୂପରେ ପାଳନ କରୁଛନ୍ତି | ଚାଷୀ ମାନଙ୍କର ଅଧିକାର ସୁରକ୍ଷା ,ଚାଷୀ ମାନେ କିପରି ଋଣ ମୁକ୍ତ ହେବେ ,ତାଙ୍କୁ କିପରି ସାମାଜିକ ସୁରକ୍ଷା ମିଳିବ ,ଏବଂ କମ୍ପାନୀ କବଳରୁ ମୁକ୍ତି ପାଇ ସ୍ୱାବଲମ୍ବି ହୋଇ ସମ୍ମାନର ସହ ବଞ୍ଚିବେ| ସେଥିପାଇଁ ସରକାରଙ୍କର ଠିକା ଚାଷ ବିଲ୍ୱ ଏବଂ କୃଷକ ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର କୁ ଦାବି ନେଇ ଋଷିକୂଲ୍ୟା ପଞ୍ଚାୟତ ମହାସଭା ତରଫରୁ ପ୍ରତିବାଦ ସଭା ଆୟୋଜନ କରାଯାଇ ଥିଲା | ତା ସହ ଛତ୍ରପୁର ବ୍ଲକର କମାପଲ୍ଲୀ ଗ୍ରାମରେ ମଧ୍ୟ ଏହି ସଭା ଆୟୋଜନ କରାଯାଇ ଥିଲା | ବର୍ଷା ଅଭାବରୁ ବୋହୁ ପଞ୍ଚାୟତ ର ବୋହୁ ଜିଲ୍ଲା ରେ ଜମି ୯୦ ଭାଗ ରୁଆ ନ ହୋଇ ପଡିଆ ରହିଛି | କରାତଳି ତମ୍ପରାରେ ପାଣି ଥିଲେ ସୁଦ୍ଧା ଲିଫ୍ଟ ପଏଣ୍ଟ ବ୍ୟବସ୍ତା ନଥିବାରୁ ଚାଷୀମାନେ ଚାତକ ଭଳି ବର୍ଷା କୁ ଚାହିଁଛନ୍ତି | ତା ସହ କରାତଳି ତମ୍ପରାରେ ପାଣି ଥିଲେ ସୁଦ୍ଧା ଆନ୍ଧ୍ର ମାଫିଆ ମାଡିବସି ମାଛ ଚାଷ କରି ଲାଭବାନ ହେଉଛନ୍ତି | ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଚାଷୀଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ପଞ୍ଚାୟତ ଅଭିଯୋଗ କରିଥିଲେ | ଏଥିରେ ସମାଜ ସେବି ସିମାଞ୍ଚଳ ପଣ୍ଡା ଯୋଗଦେଇ ଜିଲ୍ଲା ପ୍ରଶାସନ ଏବଂ ରାଜନେତା ମାନଙ୍କର ଏହି ଦୁର୍ଦଶା ପ୍ରତି କାହାର ନଜର ନାହିଁ ବୋଲି ଅଭିଯୋଗ କରିଛନ୍ତି | ରାଜନ ପଲ୍ଲୀ ଗ୍ରାମରେ ସମିତି ସଭ୍ୟ ଜୟଲେଙ୍କା ଙ୍କର ନେତୃତ୍ୱ ରେ କୃଷକ ମୁକ୍ତି ଦିବସ ପାଳନ କରାଯାଇ ଚାଷୀ ବିରୋଧୀ ଅଧ୍ୟା ଦେଶକୁ ପ୍ରତ୍ୟାହାର,ଚାଷୀଙ୍କର ଋଣ ମୁକ୍ତି ଓ ସାମାଜିକ ସୁରକ୍ଷା ଆଦି ବିଷୟରେ ଆଲୋଚନା କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ