କ୍ଷତ୍ରିୟବରପୁର ପଞ୍ଚାୟତ ବିଜେଡ଼ିର ସାଂଗଠନିକ ବୈଠକ,ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ,
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିବା ପରଠାରୁ ପଞ୍ଚାୟତ ସ୍ତରରେ ବିଜେଡ଼ି କର୍ମୀମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ବିଜେଡ଼ି କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ନୂଆପଡା ରାଇପଡା ମଝିରେ ଥିବା ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି I ଆଗାମୀ ଦିନରେ ବିଜେଡ଼ି ପୁଣି ପଞ୍ଚାୟତ ଦଖଲ ଏବଂ ବ୍ଳକ୍ ଦଖଲ ଲକ୍ଷ୍ୟ ନେଇ ଏହି ବୈଠକ ଆୟୋଜନ କରାଯାଇଥିଲା I ସରପଞ୍ଚ ରାଜେନ୍ଦ୍ର ଗୌଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ ଯୋଗ ଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ବ୍ଳକ୍ ବିଜେଡ଼ି ସାଧାରଣ ସମ୍ପାଦକ ଏସ୍ ରାମେଶ୍ୱର ପାତ୍ର,ଜିଲା ପରିଷଦ ସଭ୍ୟ ଅମିତ ନାୟକ,୪୭ ନମ୍ବର ଜିଲ୍ଲା ପରିଷଦ ଯୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,ଛାତ୍ର ବିଜେଡ଼ି ସଭାପତି ଜ୍ୟୋତିରଞ୍ଜନ ନାୟକ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ୍,ବେଲଗୁଣ୍ଠା ଏନ୍ଏସି ଡ଼ିଜିଟାଲ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ, ବରିଷ୍ଠ ବିଜେଡ଼ି ନେତା ଶରତ ସ୍ୱାଇଁଙ୍କ ସମେତ ପଞ୍ଚାୟତର ବହୁ ବିଜେଡ଼ି କର୍ମୀ ଯୋଗଦେଇଥିଲେ I ଆଜିର ଏହି ବୈଠକରେ କ୍ଷତ୍ରିୟବରପୁର ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସଭାପତି କୁଞ୍ଜବିହାରୀ ନାୟକ ପଦୋନ୍ନତି ପାଇ ନୂତନ ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପଞ୍ଚାୟତର ନୂତନ ସଭାପତି ଭାବେ ବରିଷ୍ଠ ବିଜେଡ଼ି ନେତା ବଳରାମ ଗୌଡ଼ ନିବାର୍ଚିତ ହୋଇଥିଲେ I ତାଙ୍କୁ ବିଧାୟକ ଶ୍ରୀ ସ୍ୱାଇଁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I


