ଖଟିଆ ରେ ବୁହାହେଲେ ଗର୍ଭବତୀ

ଜୟପୁର- ଦିନ କୁ ଦିନ ବଢ଼ିବାରେ ଲାଗିଛି ଜନନୀ ଯନ୍ତ୍ରଣା । କେତେ ବଳେ ଖଟିଆ ରେ ବୁହା ହୋଉଛନ୍ତି ତ ଆଉ କେତେବଳେ କାନ୍ଧ ରେ ବୁହା ହୋଇଯାଉଛନ୍ତି ଗର୍ଭବତୀ ମହିଳା । ଆଉ ଏବେ ଷ୍ଟେଚର ରେ ବୁହା ହୋଇ ନଦୀ ପାର ହେବା ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଡାଗୁଡା ପଂଚାୟତରେ । ଶୋଚନୀୟ ରାସ୍ତା ଯୋଗୁଁ ଅପହଞ୍ଚ ଅଞ୍ଚଳ କୁ ପହଞ୍ଚି ପାରି ନଥିଲା ଆମ୍ବୁଲେଂସ୍ । ବନ ପାହାଡ଼ ଘେରା ହରଡ଼ାଗୁଡା ପଂଚାୟତର ପଟାରାହାଣୀର ଗାଁ ଲୋକେ ଜଣେ ଗର୍ଭବତୀଙ୍କୁ ୩କିମି କାନ୍ଧ ରେ ନଦୀ ପାର କରୁଥିବା ଦେଖିବା କୁ ମିଳିଥିଲା । ଯାହା ଫଳରେ ଗର୍ଭବତୀଙ୍କ ସମ୍ପର୍କୀୟ ଏବଂ ଗାଁ ଲୋକେମାନେ ବାରମ୍ବାର ଆମ୍ବୁଲେଂସ୍ କୁ ଫୋନ କରି ଆସିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଆମ୍ବୁଲେଂସ୍ ପହଂଚି ପାରି ନ ଥିଲା ଫଳରେ ଆଶା କର୍ମୀ ଏବଂ ଗାଁ ଲୋକ ମାନଙ୍କ ଦ୍ୱାରା ଗର୍ଭବତୀ ଜଣକୁ ନଦୀ ପାର କରି ଭଡ଼ା ଅଟୋ ମଧ୍ୟମରେ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାକୁ ନିଆଯିବା ପରେ ମହିଳା ଜନକ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏବେ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ଅପରପାଖେ ରାସ୍ତାଘାଟର ସମସ୍ୟା ଏବଂ ଉକ୍ତ ନଦୀ ଉପରେ ପୋଲ ନଥିବା ରୁ ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ସଧାରଣ ରେ ତୀବ୍ର ଅସନ୍ତୋଷ ପ୍ରତିକ୍ରୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ