ଖୁବ ଶୀଘ୍ର ସୁସ୍ଥ ହୋଇ ଆପଣଙ୍କ ସହ ମିଶିବି – ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନାରେ ଆକ୍ରାନ୍ତ ହୋଇ ଚିକିସ୍ତିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଖୁବ ଶୀଘ୍ର ଖୁବ ଶୀଘ୍ର ସୁସ୍ଥ ହୋଇ ଲୋକଙ୍କ ସହ ମିଶିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଲି ଆପଣ ମାନଙ୍କ ସହ ମିଶିବି । ମୁଁ ଆପଣ ମାନଙ୍କ ପାଖକୁ କେବେ ଯାଇପାରିବି ସେହି ସମୟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି..!! ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ୱରୀ ଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନ ଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜା ଅର୍ଚ୍ଚନା କରିଥିବା ଏବଂ ମୋତେ ଭଲପାଉଥିବା ଜନସାଧାରଣ ଙ୍କ ପ୍ରାର୍ଥନା ଦ୍ୱାରା ମୁଁ ଧିରେ ଧିରେ ସୁସ୍ଥ ହେଉଅଛି । ମୋର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟ ରୁ ଅନେକ ଅନେକ ଧନ୍ୟବାଦ ।ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ଏବେ ମୁଁ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଅଛି ଆପଣ ମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ୱରୀ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଅଛି ।ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟ ର ବହୁ ସମସ୍ୟା ଲୋକ ଜଣାଉଛନ୍ତି, ମୋର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣ ମାନଙ୍କ ସହ ମିଶି ପାରୁ ନାହିଁ ଏବଂ ଓଡ଼ିଶା ବାସୀଙ୍କ ହକ୍ ଓ ଅଧିକାର ର ଲଢେଇ ଲଢି ପାରୁନାହିଁ । ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାର କୁ ଜଣାଉଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ