ପୁତ୍ର ସନ୍ତାନର ଜନନୀ ହେଲେ ହଲିଉଡ଼ ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ୍

ନୂଆଦିଲ୍ଲୀ: ହଲିଉଡ଼ ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ୍ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ବ୍ଲାକ ୱିଡୋ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ସ୍କାର୍ଲେଟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କଲିନ ଜୋଷ୍ଟଙ୍କୁ ବିବାହ କରିଥିବା ସ୍କାର୍ଲେଟ ପୁତ୍ର ସନ୍ତାନର ନାମ କସକୋ ରଖିଛନ୍ତି । ଇନଷ୍ଟାଗ୍ରାମ ବ୍ୟବହାର କରି ସ୍କାର୍ଲେଟ ଫ୍ୟାନ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ଉଭୟ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ । ନିକଟରେ ସ୍କାର୍ଲେଟଙ୍କ ଅଭିନୀତ ବ୍ଲାକ ୱିଡୋ ଓଟିଟିରେ ରିଲିଜ ହୋଇଥିବା ବେଳେ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ପରବର୍ତ୍ତୀ ଫିଲ୍କରେ ତାଙ୍କ ସହିତ ଟମ ହ୍ୟାଙ୍କସ ଓ ମାର୍ଗୋଟ ରବି ନଜର ଆସିବାକୁ ଯାଉଛନ୍ତି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ