ଖେଳୁଥିବା ଯୁବକଙ୍କୁ ଗୋଡାଇଲା ପୋଲିସ, ମାକ୍ସ ବ୍ୟବହାର କରିନଥିବା ୨ ଜଣଙ୍କୁ ଜୋରିମାନା

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ଘରେ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିବା ବେଳେ ଏଥିନେଇ କଟକଣା ଜାରି କରିଛନ୍ତି । ଏପରିସ୍ଥଳେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଆଇନ ଉଲଂଘନକାରୀଙ୍କୁ ପୋଲିସ ସାବାଡ୍ କରିବା ସହ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରୁଛି । ଶୁକ୍ରବାର ବନ୍ତ ପୋଲିସ ପକ୍ଷରୁ ୨ ଜଣ ବ୍ୟକ୍ତି ମାକ୍ସ ବ୍ୟବହାର କରିନଥିବା ଅଭିଯୋଗରେ ୪ ଶହ ଟଙ୍କା ଜୋରିମାନା ଆଦାୟ କରିଛି । ସେହିପରି କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କେତେକ ସ୍ଥାନରେ ଅମାନିଆ ଯୁବକ ମାନେ ପଡିଆରେ ଖେଳୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡାଇ ଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ