ଖୋଲିଲା ଜିରାଙ୍ଗ ବୌଦ୍ଧ ମନ୍ଦିର, ପର୍ଯ୍ୟଟକଙ୍କ ଭିଡ ଜମୁଛି

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକର ଚନ୍ଦ୍ରଗିରି ନିକଟରେ ରହିଛି ଏସିଆ ମହାଦେଶର ଦ୍ୱିତୀତ ବୃହତମ ସ୍ୱର୍ଣ୍ଣ ମନ୍ଦିର, ବୌଦ୍ଧଙ୍କ ଯାହାକି ଲୋକଙ୍କ ମନକୁ ଆକର୍ଷିତ କରୁଛି । ଏହାର ଚତୁପାଶ୍ୱର୍ରେ ସାଜସଜ୍ଜା ଓ କାରୁକାର୍ଯ୍ୟ ପାଇଁ ଲୋକଙ୍କ ମନକୁ ଆନନ୍ଦ ସହ ଶାନ୍ତି ବାତାବରଣ ଦେଉଛି ସବୁଜ ବର୍ଣ୍ଣ ବଗିଚା, ନିକଟରେ ରହିଛି ପଦ୍ମ ସମ୍ଭବ ବୋଟିଙ୍ଗ୍ ଯାହାକି ପାଣିର ମଜାନେବା ସହ ବୋଟିଙ୍ଗ କରିବା ପାଇଁ ଲୋକଙ୍କୁ ଆହୁରି ଆକର୍ଷିତ କରୁଛି । ଏହି ମନ୍ଦିରଟି କରୋନା ମହାମାରୀର ଦ୍ୱିତୀୟ ଲହରିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ରହିଥିଲା ତାହାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମନ୍ଦିର ପରିଚାଳନା କମିଟି ସମୋବାର ଦିନ ଠାରୁ ମନ୍ଦିରକୁ ଖୋଲା ଯାଇଛି ଯାହାରି ଫଳରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସାଉଁଟି ଆସୁଛନ୍ତି ଉପଭୋଗ କରିବା ପାଇଁ । ଭିତରକୁ ପ୍ରବେଶ କରିବାକୁ ହେଲେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରଖି ଭିତରେ ପଦ୍ମ ସମ୍ଭବ ମାହାରାଜଙ୍କ ପ୍ରତିମୃତିକୁ ଦର୍ଶନ କରି ପାରିବେ ବୋଲି ଗୁରୁଜି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ