ଗୁଲାବ୍‌ରେ ୯୦ ହେକ୍ଟର ମକ୍କା, ୩୦ ହେକ୍ଟର ମାଣ୍ଡିଆ ଚାଷ ନଷ୍ଟ କୃଷି ବିଭାଗର ତଦନ୍ତ ସରିଲା ଋଣ ଛଡା ପାଇଁ ଚାଷୀଙ୍କ ଦାବି

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଏହି ବର୍ଷ ଚାଷୀ କୂଳ ଚିନ୍ତାରେ ରହିଥିବା ବେଳେ ଧାନ ଚାଷ ମରୁଡି ପଡିଲା, ଯାହାରି ଫଳରେ ଲୋକେ ୮୦ ଭାଗ ମକ୍କା ଓ ମାଣ୍ଡିଆ, ପନିପରିବା ଚାଷ ପାଇଁ ଆପଣାଇ ନେଇଥିଲେ । ପନିପରିବା ଚାଷ ପାଇଁ ବିହନ ମାଗଣାରେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବଟଂନ କରାଯାଇଥିଲା । ମକ୍କା ଚାଷ ପାଇଁ ଦୋକାନୀଙ୍କ ଠାରୁ ଋଣ ଭାର ହୋଇ ବିହନ ଆଣି ମକ୍କା ଚାଷ ଜମିରେ କରିଥିଲେ । ଏଭଳିକି ବ୍ୟାଙ୍କରୁ କରଜ ଆଣି ଅନେକ ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଗୁଲାବ୍ ବାତ୍ୟାର ତାଣ୍ଡବ ଗଜପତିରେ ପଡିନଥିବା ବେଳେ ଅନେକ ସ୍ଥାନରେ ଘରରୁ ମାଟି କାନ୍ଥ ଧର୍ସି ଯାଇଥିଲା ତ କେଉଁଠାରେ ଗଛ ପଡିଯାଇଥିଲା ହେଲେ ସାମାନ୍ୟ ପବନ ଓ ଲଗାତାର ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଜମିରେ ଚାଷ ହୋଇଥିବା ମକ୍କା ଓ ମାଣ୍ଡିଆ ନଷ୍ଟ ହୋଇଯାଇଥିଲା । କେଉଁଠାରେ ଗଜା ଧରିଥିଲା ତ କେଉଁଠାରେ ଫୁଲ ଧରିଥିଲା । ମୋହନା କୃଷି ବିଭାଗ ଅଧିକାରୀ ଓ ତାଙ୍କ ଟିମ୍ ମିଳିତ ଭାବେ ଚାନ୍ଦିପୁଟ, ଚନ୍ଦ୍ରଗିରି, ମାଣିକପୁର, ଲୁହାଗୁଡି, ଗୋବିନ୍ଦପୁର, କେଶରା, ମଳାସପଦର, କର୍ଚ୍ଚବାଡି, ଅଡବା, ଅନ୍ତରବା, ଝିଲିକି, ଖାରିଗୁଡା, ମାଣ୍ଡିମେରା, ଗୁଲୁବା ଭଳି ଅନେକ ସ୍ଥାନ ବୁଲି ଦେଖିଆସିଛନ୍ତି ମୋଟ ୯୦ ହେକ୍ଟର ଜମିରେ ମକ୍କା ଚାଷ ନଷ୍ଟ ହୋଇଛି ଓ ୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ନଷ୍ଟ ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ