ଖୋଳଖାଳିରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମାର୍ଚ୍ଚ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖୋଳଖାଳି ସେବା ସମବାୟ ସମିତି ସଭାପତି ସମ୍ମତ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଆସିକା ସମବାୟ ଚିନି ଶିଳ୍ପ ଉପ ସଭାନେତ୍ରୀ ସ୍ନେହଳତା ଚଣ୍ଡ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ, ସରପଞ୍ଚ ପ୍ରତିନିଧି ଉମାକାନ୍ତ ପାତ୍ର, ସମିତି ସଭ୍ୟ ପ୍ରତିନିଧି କାର୍ତ୍ତିକ ସାହାଣୀ, ଗ୍ରାମ ସଭାପତି ଜାନକୀ ବଲ୍ଲଭ ରାଉତ ଯୋଗଦେଇଥିଲେ। ସମବାୟ ସମିତି ଜରିଆରେ ରାଜ୍ୟ ସରକାର କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ବୃହତ ଚାଷୀମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ଶାଖା ପରିଚାଳକ ଶ୍ରୀ ସାମନ୍ତରାୟ ଅବଗତ କରାଇଥିଲେ। ଚାଷୀମାନେ ସବସିଡରେ ମାଛ ଚାଷ ଓ କୁକୁଡ଼ା ଚାଷ, ଅନ୍ୟାନ୍ୟ ଋଣ କରିପାରିବ ସହ, ସାର, ବିହନ ପ୍ରଭୃତି ସୁଲଭ ମୂଲ୍ୟରେ ସମବାୟ ସମିତିରୁ ନେଇପାରିବେ ବୋଲି ଚାଷୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ, ଡ଼ାଇରେକ୍ଟର ଓ କୃଷକ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ