ଗଂଜାମ ଜିଲ୍ଲାପାଳ, ଏସପି ଓ ଜିଲ୍ଲାବାସୀ ପାଳିଲେ ହୋଲି

ଛତ୍ରପୁର : ଚଳିତ ବର୍ଷ ପବିତ୍ର ହୋଲି ଉତ୍ସବକୁ ଜିଲ୍ଲାବାସୀ ଭରପୁର ମଜା ଉଠାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଏବଂ ଗଂଜାମ ଏସପିଙ୍କ ବାସଭବନ ଠାରେ ମଧ୍ୟ ଏହି ଉତ୍ସବକୁ ବେଶ୍ ନିଆରା ଢଙ୍ଗରେ ପାଳିତ ହୋଇଥିଲା । ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀମାନେ ଏହି ହୋଲି ପର୍ବରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ହୋଲି ରଙ୍ଗ ବୋଳି ପରସ୍ପରକୁ ବଧାଇ ଜଣାଇଥାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବିନ୍ଦ୍ର କୁମାର ସାହୁ, ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଡଣ୍ଟ କଲେକ୍ଟର ଶରତ କୁମାର ପାତ୍ର, ଡିଆର୍ସିଏସ୍ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀମାନେ ଜିଲ୍ଲାପାଳଙ୍କ ବାସଭବନ ଠାରେ ପହଂଚି ଜିଲ୍ଲାପାଳଙ୍କୁ ହୋଲି ରଙ୍ଗ ବୋଳିଥିବା ବେଳେ ଜିଲ୍ଲାପାଳ ମଧ୍ୟ ସେମାନଙ୍କୁ ହୋଲି ରଙ୍ଗ ଲଗାଇ ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ବଧାଇ ଜଣାଇଥିଲେ । ଗଞ୍ଜାମ ପୁଲିସ କନଷ୍ଟେବଲ ଓ ହାବିଲଦାର ସଂଘର ସଭାପତି ଅଭିମନ୍ୟୁ ଜାଲିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ଏକ ପଟୁଆର ମାଧ୍ୟମରେ ଜିଲ୍ଲାପାଳଙ୍କ ବାସଭବନ ଠାରେ ପହଂଚି ହୋଲି ପର୍ବର ମଜାଉଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ