ଗଜପତିରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ‘ୟୁଥ ଫର ଏକ୍ସନ’ର ଭିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ଗଜପତି ଜିଲ୍ଲା ଓ ପାରଲାଖେମୁଣ୍ଡି ସହରରେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ‘ୟୁଥ ଫର ଏକ୍ସନ’ ଟିପିଏସ୍‌ଓଡିଏଲ୍‌ର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । “ୟୁଥ ଫର ଏକ୍ସନ”ର ଜିଲ୍ଲା ସଭାପତି ପିନିଣ୍ଟି କ୍ରାନ୍ତିଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ବହୁ ସହରବାସିନ୍ଦା ସାମିଲ ହୋଇଥିଲେ । ଗତ କିଛିମାସ ହେଲା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି । ତାର ପ୍ରଭାବରେ ସାଧାରଣ ଜନତାଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବ୍ୟାପକ କ୍ଷତି ସହୁଛନ୍ତି । କୋଭିଡ୍ କଟକଣା ଯୋଗୁଁ ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତ ଦୟନୀୟ ହୋଇପଡିଥିଲା । ସରକାର ପର୍ଯ୍ୟାୟକ୍ରମେ କଟକଣା କୋହଳ କରିବାରୁ ଜିଲ୍ଲାରେ ଆର୍ଥିକ ସ୍ଥିତି ସାମାନ୍ୟ ବଦଳିବାରେ ଲାଗିଛି । କିନ୍ତୁ ବାରମ୍ବାର ବିଦ୍ୟୁତ୍‌କାଟ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଓ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ଲୋକଙ୍କ ଦୈନନ୍ଦିନ ଜୀବନଜୀବିକା ଉପରେ ବହୁ ମାତ୍ରାରେ ପ୍ରଭାବ ପକାଉଛି ବୋଲି ୟୁଥ ଫର ଏକ୍ସନ ତରଫରୁ ଅଭିଯୋଗ କରାଯାଇଛି । ପାରଲାଖେମୁଣ୍ଡି ପୌରପାଳିକା ୱାର୍ଡ ନଂ-୧ ଅନ୍ତର୍ଗତ ରେଲିପାପୁଡି ସାହିରେ ସୌଭାଗ୍ୟ ଯୋଜନାରେ ୩ବର୍ଷ ହେଲା ବିଦ୍ୟୁତଖୁଣ୍ଟ ପୋତାଯାଇଥିଲେ ମଧ୍ୟ ଘର ଗୁଡିକୁ ବିଦ୍ୟୁତ ସଂଯୋଗୀକରଣ କରାଯାଇନାହିଁ ବୋଲି ମଧ୍ୟ ପ୍ରତିବାଦ କରାଯାଇଥିଲା । ଶେଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଯଦି ସେମାନଙ୍କ ଦାବୀ ଗୁଡିକ ଟିପିଏସ୍‌ଓଡିଏଲ କର୍ତ୍ତୃପକ୍ଷ ପୂରଣ ନକରନ୍ତି ତାହାହେଲେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି ୟୁଥ ଫର ଏକ୍ସନ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ୟୁଥ୍ ଫର ଏକ୍ସନର ଜିଲ୍ଲା ଉପସଭାପତି କେ.ୟୁବରାଜ, ସମାଜସେବୀ ତଥା ଆଇନଜୀବି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମତେ ବହୁ ସଂଖ୍ୟାରେ ସହରବାସୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ