ଗଜପତିରେ ସୋଢା ଖାର ବଦଳରେ କୀଟନାଶକ ମିଶିଥିବା ପକୋଡ଼ି ଖାଇ 4 ଗୁରୁତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ପକୋଡ଼ି ଖାଇ 4 ଗୁରୁତର ହୋଇଥିବା ଘଟଣା ନଜର ଆସିଛି. ସୋଡ଼ା ଖାର ଭାବି ବେସନରେ ମିଶାଇ ଥିଲେ କୀଟନାଶକ. ତାପରେ ପକୋଡ଼ି ଛାଣି ଖାଇବା ପରେ 4 ଜଣ ଅସୁସ୍ଥ ହୋଇଥିଲେ. ଏହି ଘଟଣାଟି କାଶୀନଗର ଅନ୍ତର୍ଗତ ଏସ. ବୁରୁଡି ଗ୍ରାମରେ ବିଷାକ୍ତ ବିଷାକ୍ତ ପକୋଡ଼ି ଖାଇ ଗୋଟିଏ ପରିବାରର 2 ବର୍ଷର ଶିଶୁ ପୁତ୍ର ସମେତ 4 ଗୁରୁତର ହୋଇଛନ୍ତି. ଗୁରୁତର ମାନଙ୍କୁ ପ୍ରଥମେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ. ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପାରଳାଖେମୁଣ୍ଡି ଜିଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ପକୋଡ଼ି ଖାଇ 4 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ନିଜେ ଏଡିଏମ ପ୍ରମୋଦ କୁମାର ପଣ୍ଡା ମେଡିକାଲକୁ ଆସି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ.


