ଗଜପତିର ଚମ୍ପା ଘାଟିରେ ଓଲଟିଲା ଗାଡ଼ି, ୨୧ ଛାତ୍ର ଆହତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲା ଆର, ଉଦୟଗିରି ଚମ୍ପା ଘାଟିରେ ସୋମ‌ବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ପିକ୍‌ଅ ପିକ୍‌ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୨୧ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଆର୍, ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଛାତ୍ରମାନେ ଆର୍, ଉଦୟଗିରିରେ ନୂଆ -ଓ କାର୍ଯ୍ୟକ୍ରମ ଅଧୀନରେ ଚାଳିଥିବା କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଖେଳ ଶିକ୍ଷକଙ୍କ ସହ ଯାଇଥିଲେ। ସେଠାରୁ ପିକ୍‌ଅପ୍ ଭ୍ୟାନରେ ଫେରୁଥିବା ବେଳେ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ