ଗଜପତିର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲ ଅଭାବ ପରିଲିକ୍ଷିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଥିବାର ଜଣାପଡିଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ଦିନେ ଖୋଲିଲେ ଦୁଇ ଦିନ ବନ୍ଦ ରହୁଥିବାର ଜଣାପଡିଛି । ଜିଲ୍ଲା ସଦର ମହକୁମା ଠାରେ ଥିବା ଏସାର ପେଟ୍ରୋଲ ପମ୍ପ ଠାରେ ଲଗାଦାର ୪ଦିନ ଧରି ବନ୍ଦ ରହିଥିବା ବେଳେ କାଶୀନଗର ବ୍ଲକର ଦେବଦଳା ଠାରେ ଥିବା ପେଟ୍ରୋଲପମ୍ପ ଆଜି ଠାରୁ ବନ୍ଦ ଥିବାର ଜଣାପଡିଛି । ସେହିପରି ହାଡୁଭାଙ୍ଗି ଗ୍ରାମ ଠାରେ ଥିବା ପେଟ୍ରୋଲ ପମ୍ପ ୨ଦିନ ଧରି ବନ୍ଦ ଥିବା ବେଳେ ଆଜି ପୁଣି ଖୋଲିଥିବାର ଦେଖିବାକୁ ମିଳିଛି । ଏପରି ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲପମ୍ପ ଗୁଡିକ ଦିନେ ଖୋଲିଲେ ଦୁଇ ଦିନ ବନ୍ଦ ହୋଇପଡୁଛି । ଫଳରେ ଉପଭକ୍ତା ତଥା ଯାତ୍ରୀବାହୀ ଗାଡିଗୁଡିକ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖାଦେଇଛି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ପେଟ୍ରୋଲ ପମ୍ପ ମାଲିକମାନେ କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି । ତେଣୁ ଏହାର ପ୍ରତିକାର ପାଇଁ ସରକାର ତଥା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି ନିର୍ଭରକାରୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ