ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫାଟକରେ ଆମ୍ବୁଲାନ୍ସ ସହ ଶତାଧିକ ଗାଡି ଅଟକି ରହିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରେଳ ବିଭାଗର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରେଳ ଚାଲିଯିବା ପରେ ଫାଟକର ଗେଟ ନ ଉଠିବା ଯୋଗୁଁ ଜରୁରୀ ସେବା ପାଇଁ ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସ ସହ ଉଭୟ ଫାଟକ ଠାରେ ଶତାଧିକ ଗାଡି ଅଟକି ରହିଲା. ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରେଳ ବିଭାଗର କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସିଧା ମଡ଼ଙ୍ଗ ଠାରେ ଥିବା ରେଳ ଫାଟକ ବହୁ ସମୟ ଧରି ବନ୍ଦ ଥିବା ଆଜି ଦେଖିବାକୁ ମିଳିଥିଲା. ରାଣୀପେଣ୍ଠ ଓ ସିଧା ମଡଙ୍ଗ ମଧ୍ୟରେ ଥିବା ଏହି ରେଳ ଫାଟକଟି ରେଳ ଯିଵା ପରେ ମଧ୍ୟ ଖୋଲି ନଥିଲା. କୌଣସି ପ୍ରକାରେ ଗେଟ ନ ଖୋଲିଵା ଯୋଗୁଁ ଜରୁରୀ ସେବା ପାଇଁ ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସ ସହ ଶତାଧିକ ଯାନବାହାନ ଉଭୟ ପାସ୍ରୋରେ ଅଟକି ଯାଇଥିଲା. କିଛି ସମୟ ପରେ ଉକ୍ତ ଗେଟର ମରାମତି ହେଵାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନାରୁ ଜଣାପଡିଛି. ଏହା କେଉଁ କାରଣ ପାଇଁ ଏହା ଲକ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ