ଗଜପତି ବାରଣାସୀ ଖେଳ ପଡିଆରେ କବାଡି ପ୍ରତିଯୋଗିତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): କାଶୀନଗର ବାରଣାସୀ ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ନବୀନ ଓଡିଶାର କ୍ରୀଡା-ଓ କାର୍ଯ୍ୟକ୍ରମର ପଞ୍ଚମ ଦିବସରେ କବାଡି ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା. ଏହି କବାଡି ଫାଇନାଲ ପ୍ରତିଯୋଗିତା ଖେଳିବା ପାଇଁ ଶ୍ରୀରାମ ଜୁନିଅର କଲେଜ ଓ ଗରିବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଘମାଘଟ ଲଢେଇ ହୋଇଥିଲା. ଏହି ଫାଇନାଲ ଲଢେଇରେ ଶ୍ରୀରାମ ଜୁନିଅର କଲେଜ କୁ ହରାଇ ଗରିବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ବାଜି ମାରିଥିଲା. ଗରିବନ୍ଧା ଗ୍ରାମର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ନିର୍ମଳା ଦାଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖଳାଳୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଦେବା ସହ ସେମାନେ ଫାଇନାଲକୁ ଉନ୍ନୀତ ହୋଇ ବିଜୟ ଲାଭ କରିଥିବାରୁ ଏହା ଗ୍ରାମ ଓ ବିଦ୍ୟାଳୟ ର ସୁନାମ କୁ ଆହୁରି ଦ୍ବିଗୁଣିତ କରିଛି ବୋଲି ସୂଚନା ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ