କାଶୀନଗରରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଦିବ୍ୟ ପାଦୁକା ରଥର ପରିକ୍ରମା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ କାଶୀନଗର ଠାରେ ଭଗବାନ ଶ୍ରୀ ସତ୍ୟ ସାଇଙ୍କ ଦିବ୍ୟ ପାଦୁକା ରଥ ପହଂଚିବା ପରେ ଏଠାରେ ଥିବା ସତ୍ୟ ସାଇ ସଂଗଠନ ର ସଦସ୍ୟ, ଓଡିଶା ରାଜ୍ୟ ସଭାପତି ଡ଼.ସତ୍ୟ ସ୍ୱରୂପ ପଟନାୟକ ଓ ପ୍ରଫୁଲ୍ଲ ଚନ୍ଦ୍ର ପତ୍ର ଜିଲ୍ଲା ସଭାପତି ସତ୍ୟ ସାଇ ସଂଗଠନଙ୍କ ଦ୍ୱାରା ଦିବ୍ୟ ପାଦୁକା ରଥ କୁ କାଶୀନଗର ସହରରେ ନଗର ପରିକ୍ରମା କରି ସ୍ଥାନୀୟ ଭେଙ୍କେଟେଶ ମନ୍ଦିର ନିକଟରେ ଭବ୍ୟ ସମ୍ବର୍ଦ୍ଧନ ଦେଇ ପୂଜା ଆରାଧନା କରାଯାଇଥିଲା. ନଗର ପରୀକ୍ରମା ସମୟରେ ସହରର ବହୁ ଶ୍ରଦ୍ଧାଳୁ, ଭକ୍ତ ଶ୍ରୀ ସତ୍ୟ ସାଇ ବାବା ଙ୍କ ଦିବ୍ୟ ପାଦୁକା ଦର୍ଶନ କରି ଦିବ୍ୟ ପାଦୁକା ସ୍ବର୍ଶ ରେ ହୃଦୟ ମଧ୍ୟରେ ଆଲ୍ଲାହାଦ ସୃଷ୍ଟି ହେଉଥିବା ସହ ଭାବ ବିଭଳ ହୋଇ ବହୁ ଦିନର ପ୍ରତୀକ୍ଷା ର ଅନ୍ତ ଏହି ପାଦୁକା ଦର୍ଶନ ରେ ହୋଇଛି ବୋଲି ଶ୍ରଦ୍ଧାଳୁ ମାନେ ମତ ପ୍ରକାଶ କରିଥିଲେ. ଏହି ଦିବ୍ୟ ପାଦୁକା 43ଦିନ ରାୟଗଡା ଜିଲ୍ଲା ପରିକ୍ରମା ସାରି ଗଜପତି ଜିଲ୍ଲା ର କାଶୀନଗର ସହରରେ ପହଂଚି ଥିଲା. ସମଗ୍ର ଓଡିଶା ର କଣ ଅନୁକୋଣ ରେ ରହିଥିବା ଶ୍ରୀ ସତ୍ୟ ସାଇ ଆଶ୍ରିତ ମାନଙ୍କୁ ନିଜର ଅଭୟ କରୁଣା ଓ ପର ପିଢ଼ି ଯେପରି ସତ୍ୟ ସାଇ ଙ୍କ କୃପାରୁ ବଂଚିତ ନ ହୁଅନ୍ତୁ ଏହି ସନ୍ଦେଶ ନେଇ 2025 ମସିହାରେ ଆୟୋଜିତ ହେବାକୁ ଥିବା ସତ୍ୟ ସାଇ ବାବା ଙ୍କ ଆବିର୍ଭାବ ଶତବର୍ଷିକୀ ଉତ୍ସବ ପର୍ଯ୍ୟନ୍ତ ଏହି ଦିବ୍ୟ ପାଦୁକା ରଥ ଓଡିଶା ସାରା ପରିକ୍ରମା କରିବ ବୋଲି ସତ୍ୟ ସାଇ ସଂଗଠନ ର ରାଜ୍ୟ ସଭାପତି ଶ୍ରୀ ପଟନାୟକ ନିଜ ବକ୍ତବ୍ୟ ରେ କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ