ଗଞ୍ଜାମରେ ଖୋଲିବ ଆଉ ୮ଟି କୋଭିଡ୍‌ କେୟାର ଓ ହେଲଥ ସେଣ୍ଟର

ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ଗଞ୍ଜାମରେ ଖୋଲିବ ଆଉ ୮ଟି କୋଭିଡ୍‌ କେୟାର ସେଣ୍ଟର ଓ କୋଭିଡ୍‌ ହେଲଥ ସେଣ୍ଟର, ସରକାରୀ ଓ ଘରୋଇ ଅନୁଷ୍ଠାନ କୋଠାରେ ଏହା ଚାଲିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ଡାକ୍ତର ଓ ଷ୍ଟାଫ୍‌ ଆଇସୋଲେଶନରେ ଏଠାରେ ରହିବେ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଉ କୋଭିଡ୍‌ କେୟାର ଓ ହେଲଥ ସେଣ୍ଟରର ଆବଶ୍ୟକତା ପଡ଼ିଛି। ନୂଆ ମଧ୍ୟରେ ୫ କୋଭିଡ୍‌ କେୟାର ସେଣ୍ଟର ଓ ୩ଟି କୋଭିଡ୍‌ ହେଲ୍‌ଥ ସେଣ୍ଟର ରହିଛି। ଏଠାରେ ମୋଟ୍‌ ୧୧୫୦ଟି ଶଯ୍ୟା ରହିଛି। ସେଗୁଡିକ ମଧ୍ୟରେ ବ୍ରହ୍ମପୁର ବିପିଏଚ୍‌ କଲେଜ ଓ ହସ୍ପିଟାଲର ଆଇପିଡିରେ ସିସିସି (୫୦ ଶଯ୍ୟା), ବ୍ରହ୍ଣପୁର ବିଜୁ ପଟ୍ଟନାୟକ ହୋମିଓପାଥି କଲେଜର ଗାର୍ଲସ ହଷ୍ଟେଲର ଡିସିଏଚ୍‌ସି(୫୦), ବ୍ରହ୍ମପୁରର ଗେଟ୍‌ବଜାର ସ୍ଥିତ ଅମିତ ହସ୍ପିଟାଲରେ ଡିସିଏଚ୍‌ସି (୧୦୦), ଆସିକା ଉପଖଣ୍ଡ ହସ୍ପିଟାଲରେ ଡିସିଏଚ୍‌ସି(୧୦୦), ପାତ୍ରପୁର ଓ ସାନଖେମୁଣ୍ଡି ଓବିଏଭିରେ ସିସିସି (୧୦୦), ବ୍ରହ୍ମପୁର ନୀଳକଣ୍ଠେଶ୍ୱର ନଗରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାଳିକା ଓ ବାଳକ ହଷ୍ଟେଲରେ ସିସିସି (୫୦୦), ଆସିକା ଲେପ୍ରୋସି ହସ୍ପିଟାଲ ବିଲଡିଂରେ ସିସିସି (୧୫୦ ଶଯ୍ୟା) ରହିଛି। ଏହାର ସୁପରିଚାଳନା ପାଇଁ ନୋଡାଲ ଅଫିସର, ନୋଡାଲ ପ୍ରଶାସନିକ ଅଫିସର ଓ ହସ୍ପିଟାଲ ମ୍ୟାନେଜରଙ୍କୁ ଜିଲ୍ଲାପାଳ ଉକ୍ତ ସିସିସି ଓ ଡିସିଏଚ୍‌ସିରେ ନିଯୁକ୍ତି ଦେଇଛନ୍ତି। ଏବେ ଜିଲାର ଶିତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟର, ହିଞ୍ଜିଳି ଓ ଭଞ୍ଜନଗରରେ କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଜିଲ୍ଲା ର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ଆଉ ନୂଆ ଭେଣ୍ଟିଲେଟର ଅଣାଯିବ। ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ଖୋଲିବ। ଏଥିରେ ମୋଟ ୫ ହଜାର ଶଯ୍ୟା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ