ଗଞ୍ଜାମ ଏନଏସିରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜ଼ୀମାତ ପ୍ରତିଭା ପାଢ଼ୀ ହେଲେ ଅଧ୍ୟକ୍ଷ

ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରି ଇଂ.ବିନୋଦ ଚନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ପୁର୍ବତନ ପ୍ରାଧ୍ୟାପକ ପ୍ରତିଭା ପାଢ଼ୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେଡିର ଝୁଲିପାତ୍ରଙ୍କୁ ୫୧ଟି ଭୋଟ ବ୍ୟବଧାନରେ ପରାଜିତ କରି ଅଧ୍ୟକ୍ଷ ଭାବେ ବିଜୟୀ ହୋଇ ବାଜ଼ୀମାରି ନେଇଛନ୍ତି । ଅଧକ୍ଷ ପ୍ରତିଭା ୩୨୩୪ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ବିଜେଡିର ଝୁଲିପାତ୍ର ୩୧୮୩ ଭୋଟ ପାଇଛନ୍ତି। ପ୍ରତିଭାଙ୍କ ନାମାଙ୍କନ ଦିନ ଠାରୁ ଲୋକଙ୍କ ସମର୍ଥନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। ବିଶେଷ କରି ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ, ମହିଳାଙ୍କ ସମର୍ଥନ ବିଜୟର ଏକ ବଡ଼ କାରଣ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତଦେଇଛନ୍ତି। ଏନେଇ ନବନିର୍ବାଚିତ ଅଧ୍ୟକ୍ଷ ପ୍ରତିଭାଙ୍କ ତାଙ୍କ ପ୍ରତିକ୍ରିୟାରେ ଏହି ବିଜୟ ସ୍ୱାଭିମାନ ଓ ଅଞ୍ଚଳବାସୀଙ୍କ ବିଜୟ । ଆଗାମୀ ଦିନରେ ଗଞ୍ଜାମ ବାସୀଙ୍କୁ ପୋୖରସେବା ପହଞ୍ଚାଇବା ମୋର ମୁଖ୍ୟଲକ୍ଷ୍ୟ ହେବ ବୋଲି କହିଛନ୍ତି । ବିଜୟୀ ଘୋଷଣା ହେବାପରେ ଅଧକ୍ଷ ପାଢ଼ୀଙ୍କ ଘରେ ଶୁଭେଛୁ, ସମର୍ଥକଙ୍କ ସୁଅ ଛୁଟିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ