ଗଞ୍ଜାମ ଜିଲ୍ଲାପାଳ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ
(୨) ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ଗଞ୍ଜାମ ଜିଲ୍ଲାପାଳଙ୍କ ନର୍ଦେଶରେ ପ୍ରତିଦିନ ଜିଲ୍ଲାରେ ରାଜସ୍ୱ ଅବକାରୀ ବିଭାଗ ଓ ପୋଲିସର ମିଳିତ ଭାବେ ଚଢାଉ ଜାରୀ ରହିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କହିଛନ୍ତି ଆନ୍ଦ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚ÷ାଉ କରାଯାଇସରିଛି । ସେଥି ମଧ୍ୟରୁ ୨୫ ଯି ଜାଗାରେ ଚଢାଉ କରି ୨୨ ଯି ମାମଲା ରୁଜୁ ହୋଇଛି । ସେହିପରି ୧୫ ଜଣଙ୍କୁ ଗିରଫ କରାଯାଇଛି ।ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ମଦ, ଗଞେଇ ,ଆଦି ଜବତ କରାଯାଇଛି ।ଆନୁମାନିକ ମୂଲ୍ୟ ୧୭,୮୯,୪୫୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସୋରଡା ,ଆସ୍କା, ଭଞ୍ଜନଗର , କବିସୂର୍ଯ୍ୟନଗର ,ହିଞ୍ଜିଳିକାଟୁ ,ପୁରୁଷୋତ୍ତମପୁର , ଓ ବୁଗୁଡା ଆଦି ସ୍ଥାନରେ ଚଢାଉ କରାଯାଇଛି । ବିଭିନ୍ନ ସ୍ଥାନରୁ ପୋଲିସ ମଦ ଜବତ କରିବା ସହ ଗିରଫ କରିବାରେ ଲାଗିଛି ।


