ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଅବକାରୀ ଚଢାଉ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ଅବକାରୀ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କୋଦଳା ସହରରେ ୬୦୦ ଲିଟର ଚୋରା ମଦ ଜବତ କରାଯାଇଛି । ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପାଟପୁର ଅଞ୍ଚଳ ରେ ଅବକାରୀ ଚଢାଉ ସମୟରେ ୯୦ ଲିଟର ଆଇ ଏମ ଏଫ ଏଲ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି ।ଗୋଳନ୍ତରା ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ୧୦ ଲିଟର ଆଇଡି .ଲିକର ,୪.୮ ଲିଟର ବିୟର ଜବତ କରାଯାଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ।


