ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଂସୃତିକ ସମାବେଷରେ ମୁଖ୍ୟମନ୍ତ୍ରୀ ଙ୍କ ପୁସ୍ତକ ଉନ୍ମୋଚିତ

ରମ୍ଭା, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଓ ଭୁବନେଶ୍ୱର ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟ ଓ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ସହଯୋଗରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଦିଗଦର୍ଶନ ଅନୁଷ୍ଠାନର ସଭାନେତ୍ରୀ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ତତ୍ୱାବଧାନ ଓ ନିଶିଗନ୍ଧା ପ୍ରତିଷ୍ଟାତା ବଳରାମ ତରାଇ ଙ୍କ ସଭାପତିତ୍ୱରେ
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପରେ ଆଧାରୀତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା l ଏଥିରେ ଉଦଘାଟକ ଭାବେ ପାରିକୁଦ ଗଡ଼ ରାଜା ସାହେବ ସନ୍ତୋଷ ସିଂ ଦେଓ ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଭୟ ଅନୁଷ୍ଠାନ କୁ ଉଚ୍ଚ ପ୍ରଶଂସା କରିବା ସହ ଯୁବ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟବକ୍ତା ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଯୋଗଦେଇ ମୁଖମନ୍ତ୍ରୀଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ କୁ ନେଇ ଓଡ଼ିଶାର ବିକାଶ ସମ୍ଭନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପୂର୍ବତନ ବିଧାୟକ,ପ୍ରେରଣା ଗ୍ରୀନ ଆର୍ମି ଚି଼ଫ କମାଣ୍ଡେର ତଥା ନିଶିଗନ୍ଧା ଅନୁଷ୍ଠାନ ସଭାପତି ଡ଼ଃ ଦିଲ୍ଲୀପ ଶ୍ରୀ ଚନ୍ଦନ ଯୋଗଦେଇ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ଅଭିମୁଖ୍ୟ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସ୍ଥାନୀୟ ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି ମଞ୍ଚାସିନ ରହିଥିଲେ l ଦିଗଦର୍ଶନ ଅନୁଷ୍ଠାନ ର ସଭାପତି ଉମାକାନ୍ତ ବେହେରା ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ lସାର୍ଥକ ଟିଭି ସିଜନ ୨ ନାଚ ଓଡିଶା ନାଚର ଚାମ୍ପିୟାନ ଆଦ୍ୟାଶା ପ୍ରିୟଦର୍ଶିନୀ, ବିଶିଷ୍ଠ ସମାଜସେବୀ ପ୍ରମିଳା ତ୍ରିପାଠୀ, ମଞ୍ଚ ଅଭିନେତା ପ୍ରଦୀପ କୁମାର ପଣ୍ଡା, ଉଦୀୟମାନ କ୍ରୀଡାବିତ ସୁବ୍ରତ ପାଢ଼ୀ, କବି ଆର୍ତତ୍ରାଣ ସାହୁ, ପ୍ରଶାନ୍ତ କର, କରୁଣାକର ମଲିକ ପ୍ରମୁଖବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମୋର୍ଦ୍ଧିତ କରାଯାଇଥିଲା lଏହି ଅବସରରେ ଦିଗଦର୍ଶନ ଓ ନିଶିଗନ୍ଧା ର ଲୋଗ ଉନ୍ମ୍ମୋଚିତ କରାଯାଇଥିଲା l ଶେଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କାଳକାର ଙ୍କ କଳା ପ୍ରଦର୍ଶନରେ ଦର୍ଶକ ଝୁମିଥିଲେ l ବିଚାରକ ଭାବେଶ୍ରଦ୍ଧାଞ୍ଜଳି ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ l ଶେଷରେ ଅନୁଷ୍ଠାନ ର ଉପସଭାପତି ରାକେଶ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ସୁନିଲ ବେହେରା, ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ସମ୍ପାଦକ ରାକେଶ ରଞ୍ଜନ ଦାଶ, ଉପଦେଷ୍ଟା ସୁଧିର କୁମାର ପାଢ଼ୀ,ବିଦ୍ୟାଧର ସାହୁ,ବଟକୃଷ୍ଣ ରାଉଳ, ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଛାସେବୀ ଵିଷ୍ଟନୁ ପ୍ରିୟା,ରୁପାଲୀ ମହାପାତ୍ର, ମହା ପ୍ରସାଦ ମହାପାତ୍ର, ବନ୍ଧନ ବେହେରା,ଦୀପକ ସାହୁ, ପପୁ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ