ମୋରମ ଚୋରା ଚାଲାଣ ବେଳେ ୩ ହାଇୱା ଗାଡି ଜବତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ବ୍ରାହ୍ମଣୀଆପଲ୍ଲୀ ଏବଂ ବାଲିବଗଡ଼ ରାସ୍ତା ରୁ ବେଆଇନ ଭାବରେ ମୋରମ ଚୋରାଚାଲାଣ ବେଳେ ୩ ହାଇୱା ଗାଡି କୁ ଗୁରୁବାର ଜବତ କରାଯାଇଛି । ଏଥିନେଇ ମାଇନିଂ ଅଧିକାରୀ (ବ୍ରହ୍ମପୁର )କୀର୍ତ୍ତି ରଞ୍ଜନ ସେଠ କହିଛନ୍ତି ବ୍ରାହ୍ମଣୀଆପଲ୍ଲୀ ରେଳ ଫାଟକ ନିକଟ ଏକ ପତିତ ଜମି ରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରି ଚୋରାଚାଲାଣ ହେଉଥିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଛତ୍ରପୁର ତହସିଲ ଓ ମାଇନିଂ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଚଢାଉ କରାଯିବା ବେଳେ ଚାଳକ ମାନେ ବ୍ରାହ୍ମଣୀଆପଲ୍ଲୀ ଏବଂ ବାଲିବଗଡ଼ ମୁଖ୍ୟ ରାସ୍ତା ରେ ୩ ଟି ହାଇୱା ଗାଡି କୁ ଛାଡି ଚମ୍ପଟ ମାରିଥିଲୋ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକାରୀ ମାନେ ଘଟଣାସ୍ଥଳରେ ଜଗିରହିଥିଲେ ସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଗୋଟିଏ ଗାଡି କୁ ଜବତ କରିଛତ୍ରପୁର ଥାନାକୁ ଆଣିବା ସହ ଅନ୍ୟ ଏକ ଗାଡି ତହସିଲ କାର୍ଯ୍ୟାଳୟ ର ଜିମା ରହିଥିବା ବେଳେ ଅନ୍ୟ ଏକ ଗାଡି ମାଇନିଂ ବିଭାଗ ର ଜିମା ରହିଥିବା ମାଇନିଂ ଅଧିକାରୀ ଶ୍ରୀ ସେଠ କହିଛନ୍ତି,ଗାଡି ଯାକ କାହାର ସେଥିନେଇ ତଦନ୍ତ କରାଯାଉଛି । ସେହି ସ୍ଥାନ ରୁ ମୋରମ ଉତ୍ତୋଳନ ନିମନ୍ତେ ମାଇନିଂ ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ, ଏହା ବେ ଆଇନ ଭାବେ ଚୋରା ଚାଲାଣ କରାଯାଉଥିଲା , ଏଣୁ ସେମାନଙ୍କ ଠାରୁ ପେନାଲଟିକ ଆଦାୟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଶ୍ରୀ ସେଠ କହିଥିଲେ, ଏହି ଚଢ଼ାଉ ବେଳେ ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ମାଇନିଂ ଅଧିକାରୀ କୀର୍ତ୍ତି ରଞ୍ଜନ ସେଠ, ଜୁନିୟର ମାଇନିଂ ଅଧିକାରୀ ଶୁକୃ ରୋହି ଦାଶ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ