ଗଞ୍ଜାମ ତରଫରୁ କର୍କଟ ରୋଗୀ ଙ୍କ ପରିବାରକୁ ସହାୟତା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ହାଡ଼ିଚିରା ଗ୍ରାମର ବିନ ସେଠୀ ଆଜକୁ ଏକ ବର୍ଷ ହେଲା ମୁଖଗହ୍ଵର କର୍କଟ ରେ ପୀଡ଼ିତ ହେଉଛନ୍ତି । ତାଙ୍କର ସ୍ତ୍ରୀ, ପୁଅ ଓ ଝିଅ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୁଅ ୮ମ ଓ ଝିଅ +୩ ପଡୁଥିବାରୁ ସେମାନଙ୍କ ପାଠ ପଢ଼ାରେ ବାଧା ପ୍ରାପ୍ତ ହେଉଛି ଜାଣି “ବିପଦର ବନ୍ଧୁ ଗଞ୍ଜାମ” ର ସଦସ୍ୟମାନେ ତାଙ୍କ ଘରେ ପହଁଚି ଦୁଇ ମାସର ରାସନ୍ ଏବଂ ତାଙ୍କ ପିଲାମାନଙ୍କ ପାଠପଢ଼ା ଉପଯୋଗୀ ପାଠ୍ୟ ଉପକରଣ ସହ୍ ଟିୟୁସନ୍ ଫିଜ୍ ମଧ୍ୟ ପ୍ରଦାନ କରିଥିଲେ ତତ୍ ସହିତ ପ୍ରତି ମାସର ଟିୟୁସନ୍ ଫିଜ ପ୍ରଦାନ କରିବେ ବୋଲି କହି ଯାଇଛନ୍ତି। ଏଭଳି ସାହାଯ୍ୟ କରି ସମସ୍ତ ସଦସ୍ୟ ଖୁସି ଅନୁଭବ କରିବା ସହ ପରିବାର ର ମଙ୍ଗଳ କାମନା କରିଛନ୍ତି। ଏହି ମହତ୍ ଉଦ୍ଦେଶ୍ୟରେ ବ୍ଲଡ଼ ଆର୍ମି ଗଞ୍ଜାମ ଓ ବିପଦର ବନ୍ଧୁ ଗଞ୍ଜାମ ର ପ୍ରତିଷ୍ଠାତା ଶିବରାମ ପାତ୍ର, ପପୁ ପରିଡ଼ା, ଚିନ୍ମୟ ଦଳାଇ, ପ୍ରକାଶ ରାଓ, ମହେଶ୍ୱର ସେଠୀ ଏବଂ ଟ୍ରୀ ଫାଉଣ୍ଡେସନର ନିରାକାର ବିଷୋୟୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ