ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭାଜରାମ ପୋଲାଇଙ୍କ ପରଲୋକ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ର ଜଣା ଶୁଣା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭାଜରାମ ପୋଲାଇ ଙ୍କ ୯୭ ବର୍ଷ ବୟସ ରେ ଆଜି ସକାଳ ୧୧/୩୦ ମିନେଟ ସମୟରେ ନିଜ ପୈତୃକ ବାସଭବନ ଠାରେ ଦେହାନ୍ତ ଘଟଥିଲା ।ସେ ୧୯୬୩ ମସିହାରେ ରେ କଂଗ୍ରେସ ତରଫରୁ ପ୍ରଥମେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜ ର ରାଜନୈତିକ ଜୀବନ ଆରମ୍ଭ କରି ୪ ଥର ର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେ କଂଗ୍ରେସ ର ୫୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଶେରଗଡ଼ ଅଞ୍ଚଳରେ ବେଶ ଜଣାଶୁଣା ବରିଷ୍ଠ ନେତା ଭାବେ ପରିଚିତ ଥିଲେ ସେ ଜଣେ ମେଳାପୀ ଓ ପର ଉପକାରୀ ସମାଜ ସେବୀ ଥିଲେ ଶ୍ରୀ ପୋଲାଇ ଙ୍କ ବିୟୋଗ ରେ ଶେରଗଡ଼ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି


