ଗଞ୍ଜାମ ବ୍ଲକରେ ସହ ପାଠ୍ୟକ୍ରମ ଗତିବିଧି କର୍ମଶାଳା ଅନୁଷ୍ଠିତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଆଜି ଗଞ୍ଜାମ ବ୍ଲକ ବିଡ଼ିଓ ସଭାଗୃହ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ସହ ପାଠ୍ୟକ୍ରମ ଗତିବିଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ୍ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମଞ୍ଚାସୀନ ହୋଇଥିଲେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ କୁମାର ଦାସ, ଅଭିରାମ ନାୟକ ଓ ରମେଶ ଚନ୍ଦ୍ର ବେହେରା ସି ଆର୍ ସି ସି , ପ୍ରକାଶ ଚନ୍ଦ୍ର ବେହେରା , ସଂଯୁକ୍ତା ଦାସ , ସୁଦାମ ନାହାକ, ଦୁର୍ଗା ପଟ୍ଟନାୟକ ଆଦି ପ୍ରଧାନ ଶିକ୍ଷକ ବୃନ୍ଦ । ପିଲାଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହ ପାଠ୍ୟକ୍ରମ ନାଚ, ଗୀତ , ଖେଳ , ଚିତ୍ର , ଲେଖନୀ, ବକ୍ତୃତା ଆଦିର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ବର୍ଷା ସାରା ନିହାତି ଆବଶ୍ୟକ ବୋଲି ମତ ପାଇବା ସହ ଆସନ୍ତା ପାଠ୍ୟ ବର୍ଷ ୨୦୨-୨୩ ନିମନ୍ତେ ସହ ପାଠ୍ୟକ୍ରମ ଗତିବିଧି କାର୍ଯ୍ୟ ସୂଚୀ କେମିତି ତିଆରି କରିହେବ ତାହାରି ଉପରେ ଟ୍ରେନିଂ ଦିଆଗଲା । ସୋମବାର ଠାରୁ ଶୁକ୍ରବାର ଯାଏଁ ପାଠପଢା ଏବଂ ଶନିବାର ଦିନ କେବଳ ବିଭିନ୍ନ ସହ କାର୍ଯ୍ୟକ୍ରମ ହେବାର ନିର୍ଦ୍ଧାରିତ ହେଲା । ବିଭିନ୍ନ ଦିବସର ଗୁରୁତ୍ଵ ଓ ଇତିହାସକୁ ଧ୍ୟାନ ରଖି , ଆଞ୍ଚଳିକ କଳା, ସଂସ୍କୃତି ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ କେମିତି କରିହେବ ତାହାର ଉପାୟ ମାନ ସ୍ଥିର କରାଗଲା । ଏହା ସହ ପିଲାଙ୍କ ଅନେକ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟର ହବି କ୍ଲବ ସବୁ ଗଠିତ ହେବ ବୋଲି ସହମତି ହେଲା । ପ୍ରାୟ ବାର ଜଣ ସି ଆର୍ ସି ସି ଓ ଚାଳିଶ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିବା ଏହି କର୍ମଶାଳାକୁ ଶେଷରେ ସୁଦାମ ନାହାକ ଧନ୍ୟବାଦ୍ ଅର୍ପଣ କଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ