ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଏହି ସମୟରେ ବିଡ଼ିଓ ଯସ୍ମୀନ ପ୍ରଧାନ ଉପସ୍ଥିତ ଥିଲେ। ଆଜି ପ୍ରଥମେ କାଇଞ୍ଚପୁର ପଞ୍ଚାୟତର ବାଲିଲୋକନାଥଙ୍କ ପାର୍କ , ମାଳିଜଗନ୍ନାଥପୁର ମଡେଲ ପୋଖରୀ, ନର୍ସରି ବୁଲିଦେଖିଥିଲେ। ପରେ ହୁମ୍ମା ପଞ୍ଚାୟତର ଏସଏସଡି ହାଇସ୍କୁଲ ଯାଇ ୫ଟି ଯୋଜନା ଅନ୍ତର୍ଗତ ସ୍କୁଲ ରୂପାନ୍ତରିକରଣ କାମ ତଦାରଖ କରିଥିଲେ। ପରେ ସୁବଳୟାପଞ୍ଚାୟତର ଶତ୍ରୁଶୋଲ ଗ୍ରାମରେ କାମ ଚାଲିଥିବା ମାଛ ଓ ଜାଆଁଳ ଉତ୍ପାଦନ କେନ୍ଦ୍ର ବୁଲିଦେଖିବା ସହ ଆଧୁନିକ ଟେକିନିକାଲ ଏକ୍ସସ୍ପୋର୍ଟ ଡକାଯାଇ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ। ପରେ ଝାରେଡିରାଧାଗୋବିନ୍ଦ ପୁର ପଞ୍ଚାୟତର ଗଣ୍ଡୁନାହାକ ହାଇସ୍କୁଲ ରେ ରୂପାନ୍ତରିତ କାର୍ଯ୍ୟ ବୁଲି ଦେଖିଥିଲେ। ପରେ ରମ୍ଭା ଏନଏଏସି ର ସ୍ମାର୍ଟ ପାର୍କ, ଓ ଇଣ୍ଡୋର ଷ୍ଟାଡିୟମର ନିର୍ମାଣଧୀନ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅନୁଧ୍ୟାନ ସମୟରେ ବ୍ଲକ ଅଧକ୍ଷ ଶର୍ମିଷ୍ଠା ପ୍ରଧାନ, ସରପଞ୍ଚ ଚନ୍ଦନା ରେଡ୍ଡୀ, ମିଶନ ଶକ୍ତି ବିପିଏମ୍ ଜଳନ୍ଧର ମହାରଣା, ମିଶନ ଶକ୍ତି ବିପିସି ଚନ୍ଦନ କୁମାର ପାଢୀ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଯନ୍ତ୍ରୀ ସ୍ୱାଗତିକ ମହାରଣା, ସୁପ୍ରିୟା ସାହୁ ପ୍ରମୁଖ, ରମ୍ଭା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତାରଚମାଳା ପ୍ରମୁଖଉପସ୍ଥିତ ଥିଲେ।


