ଗଞ୍ଜାମ ବ୍ଲକ୍ ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବନ ମହୋତ୍ସବ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ୭୪ ତମ ବନ ମହୋତ୍ସବ ରମ୍ଭା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ସଂଘ ର ସଭାପତି ଶ୍ରୀ ବାନାମ୍ୱର ପଲାଇ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ, ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ବିଶିଷ୍ଟ ପରିବେଶ  ଜିତ୍  ଶ୍ରୀ ଦିଲ୍ଲୀପ କୁମାର ମାର୍ଥା ଓ ମୁଖ୍ୟ ବକ୍ତା ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀ ନରସିଂହ ବେହେରା, ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ଯୋଗଦେଇ ବୃକ୍ଷ ରୋପଣ ର ଉପାଦେୟତା ଉପରେ ଆଲୋକ ପାତ କରିଥିଲେ,  ସଂପ୍ରତି ବିଶ୍ୟରେ ଦେଖା ଦେଇଥିବା ପରିବେଶ ପ୍ରଦୂଷଣ ରୁ ଜୀବଜଗତ କୁ ବଞ୍ଚାଇ ରଖିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ଵରୋପ କରିଥିଲେ,ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରକୃତି ବନ୍ଧୁ ଶ୍ରୀ ବିଜୟ କୁମାର ବିଶ୍ଵାଳ ଅତିଥି ମାନଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ସଂଘର ବରିଷ୍ଠ ସଦସ୍ୟ ଯଥା ଶ୍ରୀ ପ୍ରସନ୍ନ କୁମାର ମିଶ୍ର,  ଶ୍ରୀ ସୁଦର୍ଶନ ସାହୁ,ଶ୍ରୀ ରାମଚଦ୍ର ବଡ଼ତ୍ୟା, ଶ୍ରୀ ନାରାୟଣ ନାହାକ, ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ରାଜେନ୍ଦ୍ର ସେନାପତି, ଶ୍ରୀ ଲମ୍ଭୋଦର ମହାନ୍ତି, ଶ୍ରୀ ରାଜକିଶୋର ପତି,  ଗଣପତିନିଥି ଶ୍ରୀ ସୁଜିତ୍ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ସଭା ପରେ ପରେ ବିଦ୍ୟାଳୟର ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରୋପଣ  କରାଯାଇଥିଲା। ଏଥିରେ ବାନପାଳ ଶ୍ରୀ ଗୌରାଙ୍ଗ ପ୍ରଧାନ , ଶ୍ରୀ ରତନ କୁମାର  ବେହେରା , ବିଦ୍ୟାଳୟର  ପ୍ରଧାନ ଆଚାର୍ଯ୍ୟ ଶ୍ରୀଧର ଗୁରୁଜୀ , ବିଦ୍ୟାଳୟର ଗୁରୁଜୀ, ଗୁରୁମା ଛାତ୍ର ଛାତ୍ରୀ ଓ ବନକର୍ମଚାରୀ ଗଣ ସହୋଯୋଗ କରିଥିଲେ । ପରିଶେଷରେ ସଂଘର ସଂପାଦକ ଶ୍ରୀ ବାଳକୃଷ୍ଣ ମହାରଣା ଅତିଥି ଓ ବିଦ୍ୟାଳୟର ପରିଚାଳନା କମିଟି କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ