ଗଞ୍ଜାମ ବ୍ଲକ୍ ପାଲଙ୍ଗ ପଞ୍ଚାୟତ ରେ ୨୭ ଟି ପୋଖରୀ କୁ ନିଲାମ ନେଲେ ମହିଳା ସଙ୍ଘ
ଗଞ୍ଜାମ, (ବିନୋଦ ପଲାଇ):ମହିଳା ମାନଙ୍କୁ ସ୍ୱଭାଲମ୍ବୀ କରିବା ପାଇଁ ନିୟାର ପ୍ରୟାସ କରିଛନ୍ତି ଗଞ୍ଜାମ ବ୍ଳକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ। ପ୍ରତିନିଧିତ୍ୱ କରୁଥିବା ନିଜ ପାଲଙ୍ଗ ପଞ୍ଚାୟତରୁ ଆରମ୍ଭ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ସମସ୍ତ ୨୭ ଟି ପୋଖରୀକୁ ନିଲମ୍ ନେଇଛନ୍ତି ମହିଳା ସଙ୍ଘ। ଯାହା ରାଜ୍ୟରେ ପ୍ରଥମ ବୋଲି ଜଣାପଡିଛି।ଯାହାକୁ ନେଇ ଗଞ୍ଜାମ ବ୍ଳକ ପ୍ରଶାସନ ପ୍ରଶଂସାର ପାତ୍ର ହୋଇଛି।ପଞ୍ଚାୟତର ସମସ୍ତ ୨୭ ଟି ବନ୍ଧକୁ ଉକ୍ତ ପଞ୍ଚାୟତ ର ମିଶନ ଶକ୍ତିର ୨୭ ଟି ମହିଳା ସ୍ୱଂୟ ସହାୟକ ନିଲାମ ନେଇଛନ୍ତି। ଏହି ନିଲାମ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦିଆଯାଇଛି । ପ୍ରତି ବନ୍ଧର ପ୍ରତି ହେକ୍ଟର କୁ ମାଛ ଚାଷ ପାଇଁ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ର ପ୍ରୋଜେକ୍ଟ କୋଷ୍ଟ ଥିବା ବେଳେ ଏଥିରେ ୯୦ ହଜାର ଟଙ୍କା ସବସିଡି ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଇଛି ।ରାଜ୍ୟ ସରକାର ପ୍ରତି ପୋଖରୀ ର ଆୟତନ ଅନୁଯାୟୀ ମହିଳା ସ୍ୱୟଂସହୟକ ସଙ୍ଘ ମାନେ ସବସିଡି ପାଇବେ । ଏ ପ୍ରକାର ଅଭିନବ ପ୍ରୟାସ ଦ୍ବାରା ପ୍ରାୟ ୨୭ ଟି ମିଶନ ଶକ୍ତିର ୩୦୦ ଟି ମହିଳସ୍ବାବଲମ୍ବୀହୋଇପାରିବେ।।ପାଲଙ୍ଗ ଗ୍ରାମ ପଞ୍ଚାୟତ ହଉଛି ଗଂଜାମ ବ୍ଲକ୍ ର ଅନୁନ୍ନତ ଗ୍ରାମ ପଞ୍ଚାୟତ ଏଠାରେ ପାଖା ପାଖି ୯୦ ଭାଗ ଲୋକ ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଲୋକ ଦିନ ମଜୁରିଆ ଶ୍ରେଣୀ ର ଅଟନ୍ତି । ତେଣୁ ଏ ଭଳି ପ୍ରୟାସ ମହିଳା ଗୋଷ୍ଠୀ ଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବ ବୋଲି ସ୍ୱଷ୍ଟ ବାରିହେଉଛି। ଏଥିରେ ଗଂଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ , ସରପଞ୍ଚ ରାଜଶ୍ରୀ ଗୌଡ଼, ଏଫ୍ଓ ଚନ୍ଦ୍ରମଣି ପ୍ରଧାନ,ସହ କାରୀ ମତ୍ସ୍ୟ ଅଧିକାରୀ, ଗଂଜାମ ବ୍ଲକ ,ବିପିଏମ୍ ଜଳନ୍ଧର ମହାରଣା , ବିପିସି ଚନ୍ଦନ କୁମାର ପାଢ଼ୀ ,ଜିପିଈଓ ଶ୍ରୀକାନ୍ତ କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।


