ଗଞ୍ଜାମ ବ୍ଳକସ୍ତରୀୟ ବିଜ୍ଞନ ପାଠଚକ୍ର ଅନୁଷ୍ଠିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ଗଞ୍ଜାମ ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପାଠଚକ୍ର ଶୀର୍ଷକ” କୃତିମ ବୁଦ୍ଧିମତା -ସମ୍ଭାବ୍ୟ ଓ ଚିନ୍ତା “କୁ ଉଦଘାଟନ କରିଥିଲେ ଗଞ୍ଜାମ ବିଇଓ ସୁଚିତ୍ରା ପାଣିଗ୍ରାହୀ ଉଦଘାଟନ କରିଥିଲେ l ସମ୍ନାନିୟ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା ଯୋଗଦେଇଥିଲେ l.ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଏସ. ଲକ୍ଷ୍ମୀରେଡ୍ଡୀଙ୍କ ସଂଯୋଜନା ରେ ଏହି ପାଠଚକ୍ରରେ ବିଚାରକ ରୂପେ ଗଞ୍ଜାମ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୁବରାଜ ଚୌଧୁରୀ, ରାସାୟନିକ ବିଜ୍ଞାନର ଅଧ୍ୟାପକ ନିଗମ କୁମାର ସ୍ୱାଇଁ ଯୋଗଦେଇଥିଲେ lଏହି ପାଠଚକ୍ରରେ ବିଭିନ୍ନ ବିଦ୍ୟାଳୟରୁ ୨୦ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗଦେଇ ନିଜର ମତ ରଖିଥିଲେ ପାଠଚକ୍ରରେ l ଏଥିରେ ଶତ୍ରୁଶୋଲ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବେଦାଞ୍ଜଳି ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ l ଏହି ଅବସରରେ ପାଠଚକ୍ରରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥି ମାନେପ୍ରମାଣପତ୍ର ପୁରସ୍କାର ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ