ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣା ଆରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣା ଆରମ୍ଭ ହୋଇଛି । ସରପଞ୍ଚ ରଞ୍ଜନ କୁମାର ସାହୁ, ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ଚାଷୀ କମିଟିର ସଦସ୍ୟ ନାରାୟଣ ଚନ୍ଦ୍ର ବାରିକ, ହିମାଂଶୁ ଶେଖର ମହାପାତ୍ର, ଅମୂଲ୍ୟ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା, ଗଣିଜାଙ୍ଗ ରାଜସ୍ୱ ନୀରିକ୍ଷକଙ୍କ ଉପସ୍ଥିତିରେ ୨ ଜଣ ଚାଷୀଙ୍କ ଠାରୁ ୧୨୦ କୁଇଁଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଏନ୍ ଏଣ୍ଡ ବି ଫୁଡ୍ସ ନିଳୋକ, ଉମାପତି, ୱାଇ.ଜି.ପି ରାଇସ୍ ମଧ୍ୟରୁ ଆଜି ଏନ୍ ଏଣ୍ଡ ବି.ଫୁଡ୍ସ ଧାନ ଉଠାଣ କରିଥିଲା । ସମିତିର କର୍ମଚାରୀ ଦୀପକ କୁମାର ବାରିକ, ସନାତନ ବେହେରା ଧାନକିଣାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ