କଂଗ୍ରେସପ ପ୍ରତିଷ୍ଠା ଦିବସ ପାଳିତ
ଜୟପୁର,(ୱାଇଏନ୍ଏସ୍): ଜୟପୁର ଜିଲା କଂଗ୍ରେସ ଭବନ ଠାରେ ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ ହୋଇଛି । ୧୮୮୫ ପ୍ରତିଷ୍ଠିତ କଂଗ୍ରେସ ଆଜି ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଜିଲା କଂଗ୍ରେସ ଭବନ ଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପତକା ଉତ୍ତୋଳନ କରିଥିବା ବେଳେ ମହାତ୍ମଗାନ୍ଧୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ । ଏନେଇ ବିଧାୟକ ବାହିନିପତି ରାଜ୍ୟ ଓ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । କେନ୍ଦ୍ର ସରକାର କୃଷି ମାରଣ ବିଲ ପ୍ରଣୟନ କରିଥିବାରୁ ଆଗାମି ଦିନରେ ଚାଷିଙ୍କୁ ନେଇ ଆନ୍ଦୋଳନ ହେବ ବୋଲି କହିଥିଲେ । ଦେଶ ଓ ରାଜ୍ୟ ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହିଁ ହୋଇଛି । ରାଜ୍ୟ ସରକାର ନିବାଚନ ସମୟରେ ୨ ଲକ୍ଷ ବେକାରିଙ୍କୁ ନିଯୁକ୍ତି ଦେବା କଥ ଘୋଷଣା କରିଥିଲେ କାହିଁ ସେ ସେ ନିଯୁକ୍ତି ବୋଲି ବିଧାୟକ ବାହିନିପତି ପ୍ରଶ୍ନ କରିଥିଲେ । ରାଜ୍ୟରେ ପିଅନ ଠାରୁ ଆରମ୍ଭ କରି ଶିକ୍ଷକ, ଡାକ୍ତର, ଯନ୍ତ୍ରୀ ସବୁ ପଦ ପଦବୀ ଖାଲି ପଡିଛି । ସବୁ ଆଉଟ ସୋସିଙ୍ଗରେ ଚାଲିଛି । ବିଧାୟକ ବାହିନିପତି କହିଥିଲେ ଯେ ଜୟପୁର ର ବିକାଶ ଯାରି ରହିଛି । ବୋରିଗୁ୍ମା ଏନଏସିର ମାନ୍ୟତା ଶେଷ ପଯ୍ୟାୟରେ ପହଞ୍ଚିଛି । ଜୟପୁର ରେ ଆଇଟି ପାର୍କ, ସାଇନସ୍ ପାର୍କ କାଯ୍ୟ ଜାରି ରହିଛି । ଭିଡି କଲେଜ କୁ ବିଶ୍ୱାବିଦ୍ୟାଳୟ କରିବା ଉଦ୍ୟମ ଜାରି ରହିଛି । ତାହା ମଧ୍ୟ ହେବ । ସହରର ରାସ୍ତା, ଘାଟର ବିକାଶ ହେବାକୁ ଯାଉଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବିଧାୟକ ହେବା ପୁବରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ୮ ରୁ ୯ ଜଣ ଡାକ୍ତର ଥିବା ବେଳେ ଏବେ ଜିଲା ଚିକିତ୍ସାଳୟ କରାଯାଇ ୪୦ ଜଣ ଡାକ୍ତର ଅଛନ୍ତି । ଏହା ସହ ନୁତନ ଚିକିତ୍ସାଳୟ ବିଲିଡିଙ୍ଗ ମଧ୍ୟ କାଯ୍ୟ ଆରମ୍ବ ହେବ । ବିକ୍ରମ ଦେବ କଲେଜରେ ୪ଟି ପିଜି ପାଠ୍ୟକ୍ରମ ଥିବା ବେଲେ ଏବେ ୧୨ରୁ ଅଧକ ପିଜି ପାଠ୍ୟକ୍ରମ ଖୋଲାଯାଇଛି । କଲେଜର ଓଭର ବ୍ରଜ କାଯ୍ୟ ଆରମ୍ଭ ହୋଇଛି । କଲେଜ ଲାବ୍ରାରି ଠାରୁ ଆରମ୍ବ କରି ସବୁ କ୍ଷେତ୍ରରେ ବିକାଶ ହୋଇଛି । ବୋଲି ବାହିନିପତି କହିଛନ୍ତି । ଜୟପୁର ର ବିଜେଡି ନେତା ମାନେ ଗଞ୍ଜେଇ କାରବାର ଲିପ୍ତ ରହି ଗିରଫ ହୋଇ ଜେଲ ରେ ରହିଥିବା ବିଧାୟକ ବାହିନିପତି କଂଗ୍ରେସର ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହି ନିଜମତବ୍ୟକ୍ତ କରିଥିଲେ । ଜଗନ୍ନାଥ ସାଗରର ବିକାଶ ପାଇଁ ୫ କୋଟି ଖଚ୍ଚ କରିଥିବା କହୁଥିବା ବିଜେଡି ନେତା ମାନେ ସେହି କାମ ର ଭିଜିଲାନ୍ସ ତଦନ୍ତ ଚାଲିଛି କେମିତି ବିକାଶ ହୋଇଛି ତାହା ଜୟପୁର ବାସୀ ଭଲ ଭାବେ ଜାଣନ୍ତି । ଜିଲା କଂଗ୍ରେସର ଆହ୍ୱାନରେ ଆୟୋଜିତ କାଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ମଦନ ନାୟକ ସଭାପତିତ୍ୱ କରିଥିବା ବେଳେ , ଦୁର୍ଗା ସଙ୍କର ସାହୁ, ଶିବ ପଟ୍ଟନାୟକ, ହସନ ମଦାନି, ରାମ ନାୟକ ଜିଲା ମହିଳା ସଭାନେତ୍ରୀ ନଳିନି ରଥ, ଜିଲା ଯୁବ ସଭାପତି ସୁକାନ୍ତ ପଟ୍ଟନାୟକ, ବ୍ରଜ ନାଗ, କାନ୍ତ ପାଢୀ, ପ୍ରଫୁଳ ଭତ୍ରା ,ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଜିର ଦିବସ ଉପରେ ମତବ୍ୟକ୍ତ କରିଥିଲେ ।


