ଗର୍ଭବତୀ ନାବାଳିକାକୁ ଉଦ୍ଧାର କଲା ପ୍ରଶାସନ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆଙ୍କ ଘରୁ ଜୁଲାଇ ୨୦ ତାରିଖ ଦିନ ଜଣେ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରିଛି ପ୍ରଶାସନ l ଗର୍ଭବତୀ ନାବାଳିକା ଜଣଙ୍କ କଟକ ଶିଖରପୁର ଅଞ୍ଚଳର ହୋଇଥିବା ବେଳେ ସେ କିଛି ମାସହେବ ସୁରେନ୍ଦ୍ରଙ୍କ ଘରେ ରହିଆସୁଥିଲେ l ଗର୍ଭବତୀ ନାବାଳିକା ଜଣଙ୍କ ସୁରେନ୍ଦ୍ରଙ୍କ ଘରେ ରହୁଥିବା ବିଷୟ କୌଣସି ସୂତ୍ରରୁ ଜାଣିପାରି ବୁଗୁଡା ଥାନା ପୋଲିସ ସହାୟତାରେ ସିଡିପିଓ ବବିତା କୁମାରୀ ପଣ୍ଡା ନାବାଳିକାକୁ ଉଦ୍ଧାର କରି ଚାଇଲଡଲାଇନକୁ ହସ୍ତାନ୍ତର କରିଥିଲେ l ଏକ ବର୍ଷ ପୂର୍ବେ ସୁରେନ୍ଦ୍ର ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା l ଉଭୟେ କଟକରୁ ଆସି ବୁଗୁଡ଼ା ଜଗତପଟଣାରେ ଥିବା ସୁରେନ୍ଦ୍ର ଡାକୁଆଙ୍କ ଘରେ ରହିଆସୁଥିଲେ l


