ଗର୍ଭସ୍ଥ ଶିଶୁ ଚିକିତ୍ସା ଅବହେଳାରୁ ଆଖି ବୁଜିଦେଲେ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁ ପଞ୍ଚାୟତ ଅନ୍ତର୍ଗତ କୋଳଥିଗାଁ ଗ୍ରାମ ମାଳିସାହିର ଗର୍ଭବତୀ ମହିଳା ସୁନେଲି ରଣା ବୟସ ୨୫ ବର୍ଷ ଗତକାଲି ଉଚ୍ଚରକ୍ତଚାପ ଅନୁଭବ କରିବା ସହିତ ପ୍ରସବ ଯନ୍ତ୍ରଣା ହୋଇଥିଲା। ଗୁରୁତର ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଗଲା କିନ୍ତୁ ଦୁଃଖର ବିଷୟ ଗୁରୁତର ଅବସ୍ଥାରେ ମଧ୍ୟ ତାଙ୍କୁ କୋଭିଡ୍ ଟେଷ୍ଟ୍ ପାଇଁ ଶୀତଳାପଲ୍ଲୀ ସ୍ଥିତ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇ ବିନା ଚିକିତ୍ସା ରେ ରଖାଗଲା ଯାହାଫଳରେ ଉଭୟ ଗର୍ଭଧାରଣ କରିଥିବା ମାଁ ଏବଂ ଗର୍ଭସ୍ଥ ଶିଶୁ ଚିକିତ୍ସା ଅବହେଳାରୁ ଆଖି ବୁଜିଦେଲେ।ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁ ର ୪ ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କୁ କୁହାଯାଉଛି କି କାଲି କୋଭିଡ୍ ଟେଷ୍ଟ୍ କରିବା ପରେ ରେପୋର୍ଟ୍ ନେଗେଟିଭ୍ ଆସିଲେ ଆପଣଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଶୀତଳାପଲ୍ଲି କୋଭିଡ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଦୁଇଦିନ ଅପେକ୍ଷା କରି ଗୁରୁବାର ଦିନ ଅପରାହ୍ନରେ ହସ୍ପିଟାଲ କତୃପକ୍ଷ ଶବ ଦାହ କରିଥିଲେ ବୋଲି ମୃତ ମହିଳାଙ୍କ ଭାଇ ଗୋପାଳ ରଣା କହିଛନ୍ତି।ଏହି ହୃଦୟ ବିଦାରକ ଦୃଶ୍ୟକୁ ଗ୍ରାମର ସମାଜସେବୀ ଜଗମୋହନ ପାତ୍ର ଲୋକଲୋଚନକୁ ଆଣିବା ସହ ପ୍ରଶାସନ ନିକଟରେ ନ୍ୟାୟ ପାଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ