ଗାଁ କଲ୍ୟାଣ ସମିତି ଅନୁଦାନ ହେରଫେର ଅଭିଯୋଗ

ହାଟଡିହି,(ଓ୍ବାଇଏନ୍ଏସ୍)  : ହାଟଡିହି ବ୍ଲକ ଏଲକଣିଆଁ ଗ୍ରାମର ଗାଁ କଳ୍ୟାଣ ସମିତି ଅନୁଦାନ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଗାଁର ଅଙ୍ଗନବାଡି କର୍ମୀ ପୁରୁଣା ୱାର୍ଡସଭ୍ୟସଭ୍ୟାଙ୍କୁ ଧରି ଅନୁଦାନ ଅର୍ଥକୁ ମନଇଛା ଖର୍ଚ୍ଚର୍ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏ ସମ୍ପର୍କରେ ବସନ୍ତ କୁମାର ଦେହୁରୀ, ଅଶୋକ କୁମାର ବେହେରା, ସଦାନନ୍ଦ ସାହୁ, ସୌଦାମିନୀ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଶାଳଣିଆଁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ପାଇବାପରେ ଏକ ତଦନ୍ତକାରୀ ଦଳ ଅଭିଯୋଗର ତଦନ୍ତ ପାଇଁ ପଠାଯିବ ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ