ଗାଇ ଓ ବାଛୁରୀ ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ସ୍ଥିତ ବୀରସିଙ୍ଗି ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ର ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିପୁଳିଙ୍ଗି ଗ୍ରାମର ଅସହାୟ ଲୋକଙ୍କୁ ଗାଇ ଓ ବାଛୁରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଗାଇ ଓ ବାଛୁରୀ ପ୍ରଦାନ କରିଥିଲେ । ଯଶୋଦା ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ପୂର୍ଣ୍ଣବାସୀ ଦାସଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ତାଙ୍କୁ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଗାଇ ଓ ବାଛୁରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ୍ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।


