ଗାଙ୍ଗପୁର ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

ଗାଙ୍ଗପୁର, (ଶାନ୍ତୋଷ ବିଷୋଇ):ଆଗାମୀ ମଇ ତେର ଏବଂ କୋଡ଼ିଏ ତାରିଖରେ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ I ଏନେଇ ବିଜେପି, ବିଜେଡ଼ି ଏବଂ କଂଗ୍ରେସ୍ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ବିଭିନ୍ନ ଅଞ୍ଚଳରେ ପ୍ରଚାର ଜୋର୍ ଧରିବା ସହ ରାଜନୈତିକ ପାଣିପାଗ ଉଷ୍ମ ହେଲାଣି I ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଋକ୍ଷ କରିବା ପାଇଁ ପୋଲିସ୍ ପ୍ରଶାସନ ତତ୍ପର ହୋଇ ଉଠିଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ଥାନା ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି I ଆଜି ସକାଳ ନଅ ଘଣ୍ଟା ସମୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକ ଏବଂ ଗାଙ୍ଗପୁର ଥାନା ଅଧିକାରୀ ରାଜେଶ୍ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ,ଏଏସ୍ଆଇ ୱାଇ.ବି ନାଇଡ଼ୁ, ଯୁଧିଷ୍ଠିର ମାଝୀ, ଉମା ପ୍ରଧାନ, ସୁଷମା ବେହେରାଙ୍କ ସମେତ ଥାନା କର୍ମଚାରୀ, ଦୁଇ ପ୍ଲାଟୁନ୍ ଆଇଆର୍.ବି ଫୋର୍ସ୍,ଏପିଆର ଫୋର୍ସ ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର, ମୁନିଗାଡ଼ି,କେନ୍ଦୁପଦର,ନିମିନା ଆଦି ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ I ଫ୍ଲାଗ୍ ମାର୍ଚ୍ଚ ସମୟରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ I ଏହା ସହିତ ଜେଲ୍ ରୁ ଜାମିନ୍ ରେ ଆସିଥିବା ବିଭିନ୍ନ ପୁରୁଣା ଅପରାଧୀଙ୍କ ପାଇଁ ସତର୍କ ବାଣୀ ଶୁଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ