ଗାଙ୍ଗୋତ୍ରୀ ନଗର ରାସ୍ତା ମରଣଯନ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲିଙ୍ଗିପୁର ପଂଚାୟତ ଅଧିନସ୍ଥ ଗାଙ୍ଗ୍ରୋତ୍ରୀ ନଗର ରାସ୍ତା ନଂ -୩ ଅବସ୍ଥା ଶୋଚନୀୟ । ରାସ୍ତାଗୁଡିକ ତିଆରି ହେବା ପରେ ମରାମତି ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସେତିକି ଯତ୍ନବାନ ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅବସ୍ଥାର ସୁଧାର ଆସୁନି । ଏତେ ଗୁଡିଏ ଅର୍ଥ ଖର୍ଚ୍ଚ ହେବା ସତ୍ୱେ ରାସ୍ତା ଗରାମତି ଠିକ ଭାବରେ ହୋଇପାରୁନି । ଏହାର ନଗ୍ନ ଉଦାହରଣ ହେଉଛି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଂଚାୟତ ଅଧିନ ଗାଙ୍ଗୋତ୍ରୀ ନଗର ଲେନ ନଂ-୩ । ଏହି ରାସ୍ତା ମରଣ ଯନ୍ତା ଅଟେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କୁହନ୍ତି ମରାମତି ହେବ । ନିର୍ବାହୀ ଯନ୍ତ୍ରୀ , ସହକାର ଯନ୍ତ୍ରୀ ପ୍ରତିଶ୍ରୃତି ଦେବାରେ ହେଳା କରନ୍ତିନି କିନ୍ତୁ କାର୍ଯ୍ୟରେ ଶୂନ । ଏହି ରାସ୍ତା ଦେ ପ୍ରତିଦିନ ଶହ ଶହ ଲୋକମାନେ ଯିବା ଆସିବା କରନ୍ତି । ସମସ୍ତ ସ୍କୁଲ ଓ କଲେଜ ଛାତ୍ର ଏହି ବାଟ ଦେଇ ଯିବା ଆସିବା କରନ୍ତି । ଏହି ରୋଡ ନଂ-୩ଟି ହେଉଛି ମୁଖ୍ୟ ରାସ୍ତା । ଏଠାରେ ଅଧିକାଂଶ ବ୍ୟକ୍ତି ବରିଷ୍ଠ ନାଗରିକ ଅଟନ୍ତି । ସକାଳେ ପ୍ରାତଃ ଭ୍ରମଣରେ ଯିବା ବେଳେ ଚାଲିକି ଯିବା ସମ୍ଭବପର ନୁହେଁ କାରଣ ରାସ୍ତାର ଅବସ୍ଥା ଅବର୍ଣ୍ଣନୀୟ ଅଟେ । ଖାଲ ଖମାରେ ଭରପୁର । ଅଳ୍ପ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି । ରାସ୍ତା ଖୋଜି ବାହାର କରିବା କାଠିକର ପାଠ । ଯୋଜନା ଅନୁଯାୟୀ ଜାନୁଆରୀରୁ ରାସ୍ତା କାମ ଆରମ୍ଭ ହୋଇ ଜୁନ ମାସ ମଧ୍ୟରେ ସରିବା କଥା କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୂରଦୃଷ୍ଟି ଅଭାବରୁ ଗାଙ୍ଗୋତ୍ରୀନଗର ବାସୀ ଅସୁବିଧାରେ । ଠିକାଦାରମାନେ ନିମ୍ନଧରଣର କାମ କରିବା ଫଳରେ କାମ ହେବାର କିଛିଦିନ ପରେ ଯଥାପୂର୍ବକ ତଥା ପରଂ ଏଠାରେ ସବୁ ରାସ୍ତା ବିପଦ ଜନକ କିଛି ନହେଲେ ସରକାର ମୁଖ୍ୟରାସ୍ତା ରୋଡ ନଂ-୩ କୁ ତୁରନ୍ତ ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବୀ ହୋଇଛି ।


