ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଆଜିବି ଅତୁଟ ରହିଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତି ସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଗ୍ମୀ, ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତି ଭାବେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଜାତିର ପିତା ଙ୍କ ନୀତି, ଆଦର୍ଶ, ସମୟାନୁର୍ବିତା, ଅହିଂସା ପ୍ରମୁଖ ଗୁଣ ଆଜିର ସମାଜରେ ବହୁପ୍ରାସଙ୍ଗିକତା ବହନ କରେ । ଇଂଗ୍ରେଜ କବଳରୁ ଆମକୁ ସ୍ୱାଧୀନତା ଦେବା ସହ ତାଙ୍କ ଜୀବନ ଦର୍ଶନ ସାରା ବିଶ୍ୱକୁ ଆଜିବି ପ୍ରଭାବିତ କରୁଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ, ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ କାର୍ଯ୍ୟାବଳୀସମୂହକୁ ଅନୁଶୀଳନ କଲେ ବ୍ୟକ୍ତିର ନିଜର ତଥା ସାମଗ୍ରୀକ ସମାଜର ପ୍ରମୁଖ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ନାରାୟଣ ଓଝା, ଲକ୍ଷ୍ମୀଧର ବେହେରା, ବିଜୟ ପରିଡ଼ା, ଗିରିଜା ମହାପାତ୍ର, ସଂଗ୍ରାମ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରମେଶ ଚନ୍ଦ୍ର ପାତାଳସିଂହ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


