ଗାନ୍ଧି ଦର୍ଶନ ଓ ବିଚାର ଧାରା ଚିର ଅମର : ଜିଲ୍ଲାପାଳ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଗାନ୍ଧୀ ଦର୍ଶନ, ବିଚାର ଧାରା ଓ ଆଦର୍ଶ ଚିର ଅମର । ଯେ କୈାଣସି ଦେଶର ନାଗରିକଙ୍କୁ ଶୃଙ୍ଖଳିତ, ସଦାଚାର ଓ ଉନ୍ନତ ଚରିତ୍ର ଗଠନ ପାଇଁ ଏହା ପ୍ରେରଣା ଦେଇ ଆସୁଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜିଲ୍ଳ୍ା ସ୍ତରୀୟ କ୍ରାନ୍ତି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଗାନ୍ଧିଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରବର୍ତ୍ତୀ ପିଢୀ ମହାତ୍ମା ଗାନ୍ଧି ଯେ ଜଣେ ମାଂସହାଡ ଧାରୀ ମଣିଷ ଥିଲେ ତାହା ବିଶ୍ୱାସ କରିବା କଷ୍ଟ ହେବ ବୋଲି କହିଥିଲେ । ଗାନ୍ଧିଙ୍କୁ ଆଦର୍ଶ କରି ଅନେକ ମହାନ ବ୍ୟକ୍ତି ସୃଷ୍ଟି ହୋଇଚ୍ଥନ୍ତି । ଆମ ଜିଲ୍ଳ୍ାରେ ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀକୁ ଅତି ଗୈାରବ ଓ ସ୍ମରଣୀୟ ଭାବେ ପାଳନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଚ୍ଥି । ଆଚରଣ ଓ ଊଚ୍ଚାରଣରେ ସମାନତାକୁ ଗାନ୍ଧିଜୀ ସର୍ବଦା ଗୁରୁତ୍ୱ ଦେଉଥିଲେ, ଯାହା ଆଜି ହଜି ଯାଉଚ୍ଥି । ଏଥିପ୍ରତି ପ୍ରତ୍ୟେକ ସଚେତନ ହେଲେ ତାହା ଗାନ୍ଧିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗାନ୍ଧି ଦର୍ଶନ ଓ ବିଚାରଧାରା ଅତୁଳନୀୟ । ସ୍ୱଚ୍ଚ୍ଥତା, ସମୟାନୁବର୍ତ୍ତିତା ଓ ସମବଦ୍ଧ କାର୍ଯ୍ୟ କରି ଆମେ ତାଙ୍କ ପ୍ରତି ଆମର ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରିପାରିବା ବୋଲି ସେ କହିଥିଲେ । ଉପ-ଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଗାନ୍ଧିଙ୍କ ଆଦର୍ଶ ସବୁ ଯୁଗ ପାଇଁ ପ୍ରଯୁଜ୍ୟ । ଆଜିର ପିଢୀ ଯଦି ଗାନ୍ଧିଙ୍କ ମାର୍ଗ ଅନୁସରଣ କରେ ତେବେ ସମାଜ ଶୃଙ୍ଖଳିତ ଓ ସୁନ୍ଦର ହୋଇପାରିବ ବୋଲି କହିଥିଲେ । ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ା ଗାନ୍ଧି କମିଟିର ସଦସ୍ୟ ମିହିର ପ୍ରତାପ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଦସ୍ୟ ଗୁଣନିିଧି ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସ୍ତରୀୟ ଗାନ୍ଧି କମିଟିର ସଦସ୍ୟ ବାଇଧର ମହାପାତ୍ର, ଭାରତୀ ବୋଷ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ । ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସେହିପରି ରାଷ୍ଟ୍ରପତି ଭବନରେ ନୃତ୍ୟ ପରିବେଷଣ କରିଥିବା ଯାଜପୁର ବ୍ଳ୍କ ଝାଲପଡା ଗ୍ରାମର ଦିବ୍ୟାଙ୍ଗ ଭାଇ ଭଉଣୀ ସତ୍ୟବ୍ରତ ସାହୁ ଓ ସାଗରିକା ସାହୁଙ୍କୁ ଜିଲ୍ଳ୍ାପାଳ ସମ୍ମାନୀତ କରିଥିଲେ । ସ୍ଳୋଗାନ ପ୍ରତିଯୋଗିତାର ଶ୍ରେୁଷ୍ଠ ସରକାରୀ ବାଳିକା ବିଦ୍ୟାଳୟର ୪ ଜଣ ଚ୍ଥାତ୍ରୀଙ୍କୁ ଜିଲ୍ଳ୍ାପାଳ ପୁରସ୍କୃତ କରିଥିଲେ । ଗୁରୁ ଶରତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗାନ୍ଧିଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ ପରିବେଷଣ କରାଯାଇଥିଲା । ଶେଷରେ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲ, ଗୁରୁକୁଲ କଳିଙ୍ଗ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ, ବିଦ୍ୟା ମଡେଲ ସ୍କୁଲ, ଜୟ ଦୁର୍ଗା ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀମାନେ ଦେଶାତ୍ମବୋଧ ନୃତ୍ୟ ପରିବେଷଣ କରିବା ସହ ପୁରସ୍କୃତ ହୋଇଥିଲେ । ଏଥିରେ ବରିୁଷ୍ଠ ନାଗରିକ, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗ ଦେଇଥିଲେ ।


