ଗାବିନ୍ଦପୁର ସରପଂଚଙ୍କୁ କରୋନା ଯୋଦ୍ଧା ସମ୍ମାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚାୟତର ସରପଂଚ ପଦ୍ମାଳୟା ଧଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସଂଗଠନ ସମ୍ପାଦକ ସୁନିଲ କୁମାର ମହାପାତ୍ର ଓ ବଳଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସମାଜସେବୀ ପାର୍ଥସାରଥି ବେହେରା ଗୁରୁବାର ଅପରାହ୍ନରେ ଗୋବିନ୍ଦପୁର ପଂଚାୟତରେ ପହଁଚି ସରପଂଚ ଶ୍ରୀମତୀ ପଦ୍ମାଳୟା ଧଳଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି । ବର୍ତ୍ତମାନର ବିଶ୍ୱ ଚର୍ଚ୍ଚିତ ମହାମାରୀ କରୋନା ଭୂତାଣୁକୁ ଭୟ ନକରି ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କୁ ନିଜର ପୁଅଝିଅ ଭଳି ଆଦର ଯତ୍ନ କରି ସାରା ରାଜ୍ୟରେ ଚର୍ଚ୍ଚାର ପାତ୍ରୀ ପାଲଟିଛନ୍ତି । ସରପଂଚ ଶ୍ରୀମତୀ ଧଳଙ୍କୁ ତାଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ସମ୍ମାନୀତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ