ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଭବାନୀପାଟଣା:- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି । ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ସୂଚନାଥାଉକି ଅନାମ ନାୟକ ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ଭବାନୀପାଟଣାର ବିଧାୟକ ରହିଥିଲେ। ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଜିଣି ଥିଲେ। ତେବେ ଆଜି ତାଙ୍କୁ ଭିଜିଲାନ୍ସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି । ତେବେ ପୂର୍ବରୁ ଅନାମଙ୍କ ଘର ଓ ହୋଟେଲ୍ ଉପରେ ଭିଜିଲାନ୍ସ ଅତର୍କିତ ଚଢ଼ାଉ କରିଥିଲା। ବିଭାଗ ପକ୍ଷରୁ ତିନିଟି ଟିମ୍ ଏକକାଳୀନ ଚଢ଼ାଉ କରିଥିବା ଜଣାପଡ଼ିଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଶୁକ୍ରବାର ଏହି ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ନାଏକଙ୍କ ୩କୋଟି ୪୨ଲକ୍ଷ ୯୯ହଜାର ୪୦୨ ଟଙ୍କାର ଆୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।


