ଗିରି ରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଅଭିରାମ ପରମହଂସ ଆଶ୍ରମ ପରିସରରେ ବୃକ୍ଷ ରୋପଣ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ପରମହଂସ ଠାକୁରଙ୍କ ବନ୍ଦନା ଓ ପାଦପୂଜା କରାଯାଇ ଆଶ୍ରମ ପରିସରରେ ଥିବା ଅଳିଆ ଆବର୍ଜନା ସଫେଇ ହୋଇଥିଲା। ପରେ ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ସମାଜ ସଂସ୍କାରକ ବିଭୂତି ଭୂଷଣ ପରିଡାଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଭାରତଗୌରବ ଶ୍ରେଷ୍ଠା ପର୍ବତାରୋହୀ ଅନୁଷ୍ଠାନର ଅନ୍ୟତମ ସଦସ୍ୟା ବିଭାରାଣୀ ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ତମ ପ୍ରତିଷ୍ଠାତା ସଦସ୍ୟ ସୌଭାଗ୍ୟ ରଞ୍ଜନ ପାତ୍ର ରକ୍ତ ଦାତା ଜୀବନ ଦାତା ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟା ସଦସ୍ୟା ଲିଲିମା ସାହୁ ସମାଜରେ ବସବାସ କରୁଥିବା ଶାରୀରିକ ଅକ୍ଷମ ବ୍ୟକ୍ତି ମାନକୁ ସମାଜ ଶ୍ରୋତରେ ଆଗେଇ ନେବା ଗିରି ରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ୧୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାତା ଜୀବନ ଦାତା ଭାବେ ଅଭିଜିତ୍ ଖୁଣ୍ଟିଆ, ମିହିର ସାହୁ, ସୂର୍ଯ୍ୟ କାନ୍ତ ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଆସନ୍ତା କାଲି ଏହି ଯୁଗାନ୍ତକାରୀ ଅନୁଷ୍ଠାନ ବାଲିକୁଦା ଅଞ୍ଚଳର ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏପରି ଜନ ହିତକର କାର୍ଯ୍ୟ କରିବେ ବୋଲି ଆମ ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଯୁଗାବ୍ଦ ନିଉଜ୍ କୁ ସୂଚନା ଦେଇଥିଲେ।