ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଙ୍କୁ ହତ୍ୟା ଅଭିଯୋଗ

କୋଦଳା, (ଗୁଲସନ କୁମାର କର):ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଂଚାୟତ ର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡି କୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷ ର ବୃଦ୍ଧ ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶ ରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବି.ନୂଆପାଲି ଗ୍ରାମର ଯୁଧିଷ୍ଠିର ପ୍ରଧାନ ନାମକ ଜଣେ ୬୦ ବର୍ଷ ର ବୃଦ୍ଧ ଉକ୍ତ ଗ୍ରାମ ନିକଟରେ ଥିବା ଅଲିପୁର ଗ୍ରାମ କୁ ଜେରକ୍ସ କରିବା ପାଇଁ ଯାଇ ସାଇକେଲ ଯୋଗେ ନିଜ ଗ୍ରାମ ଫେରୁଥିବା ବେଳେ ଗ୍ରାମ ଠାରୁ ଦୁଇ ସହ ମିଟର ଦୂରରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲ ନିକଟରେ ସେହି ଗ୍ରାମର ଆଗରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଲୋକ ତାଙ୍କୁ ମାଡ ମାରିବା ସହ ଏକ ଧାରୁଆ ଅସ୍ତ୍ର ସାହାଯ୍ୟ ରେ ମୁଣ୍ଡରୁ ଗଣ୍ଡି ଅଲଗା କରି କାଟିବା ପରେ ଦୁଇଟି ଗଭୀର ଗତ ଖୋଳି ପୋତି ପକାଇ ଥିବା ଅଭିଯୋଗ ହୋଇଛି । ତେବେ ଯୁଧିଷ୍ଠିର ର ସାନ ଭାଇ ଖଲ୍ଲିକୋଟ ଥାନା ରେ ଏତଲା ଦେବା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳ କୁ ଯାଇ ବିଭିନ୍ନ ସ୍ଥାନ ଛାନଭିନ କରିବା ପରେ ଯୁଧିଷ୍ଠିର କୁ ପୋତାଯାଇଥିବା ସ୍ଥାନ ଠାବ କରୁଥିଲା। ଆଜି ସାଇଣ୍ଟିଫିକ ଟିମ, ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ମୃତ ଶରୀରକୁ ମାଟି ତଳୁ ବାହାର କରାଯାଇଛି । ସେହି ସ୍ଥାନ ରେ ମୃତ ଯୁଧିଷ୍ଠିର ଙ୍କ ଗାମୁଛା ଚପଲ ଓ ଜେରକ୍ସ କାଗଜ ପଡିଥିବା ବେଳେ ଅଳ୍ପ ଦୂରରେ ସାଇକେଲ ପଡିଥିବା ଦେଖିବା କୁ ମିଳିଛି। ତେବେ ପୋଲିସ ସନ୍ଦେହ ରେ ଗ୍ରାମର ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଥାନା କୁ ଆଣି ପଚରାଉଚରା ଜାରି ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ